ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପାଖରେ ଭିକ ମାଗିପାରିବେନି ଭିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ‘ଭିକାରୀମୁକ୍ତ’ କରିବା ପାଇଁ ରାଜ୍ୟ ସରକାରଙ୍କ ‘ସହାୟ’ ଯୋଜନା ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବାପରେ ଏବେ ଭିକାରୀମାନଙ୍କୁ ବଳପୂର୍ବକ ହଟାଇବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଯାତାୟତ ମାର୍ଗ ଭୁବନେଶ୍ୱରର ଏଜି ଛକ ସମେତ ଲିଙ୍ଗରାଜ ମନ୍ଦିର ଓ ରାମ ମନ୍ଦିର ଏବଂ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ‘ଭିକାରୀମୁକ୍ତ’ ଜୋନ୍ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଗତ ୪ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। […]

lingaraj-temple

lingaraj-temple

Manoranjan Sial
  • Published: Monday, 07 October 2019
  • Updated: 07 October 2019, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ‘ଭିକାରୀମୁକ୍ତ’ କରିବା ପାଇଁ ରାଜ୍ୟ ସରକାରଙ୍କ ‘ସହାୟ’ ଯୋଜନା ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବାପରେ ଏବେ ଭିକାରୀମାନଙ୍କୁ ବଳପୂର୍ବକ ହଟାଇବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଯାତାୟତ ମାର୍ଗ ଭୁବନେଶ୍ୱରର ଏଜି ଛକ ସମେତ ଲିଙ୍ଗରାଜ ମନ୍ଦିର ଓ ରାମ ମନ୍ଦିର ଏବଂ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ‘ଭିକାରୀମୁକ୍ତ’ ଜୋନ୍ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଗତ ୪ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଓ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ଅଞ୍ଚଳକୁ ‘ଭିକାରୀମୁକ୍ତ’ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ସହ ଏନେଇ ଆକ୍ସନ୍ ପ୍ଲାନ୍ ଓ ବଜେଟ୍ ପ୍ରାବଧାନ ତୁରନ୍ତ ପଠାଇବାକୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ନିଷ୍ପତ୍ତି ଅନୁସାରେ ଭୁବନେଶ୍ୱରର ସଚିବାଳୟ ନିକଟସ୍ଥ ଏଜି ଛକ, ଖଣ୍ଡଗିରି ଛକ, ରାମମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଭିକାରୀମୁକ୍ତ କରାଯିବ। ଏହି ଅଞ୍ଚଳଗୁଡ଼ିକରେ ଅଧିକ ସଂଖ୍ୟକ ଭିକାରୀଙ୍କୁ ଦେଖିବାକୁ ମିଳୁଥିବାରୁ ସେମାନଙ୍କୁ ସେଠାରୁ ହଟାଇବା ପାଇଁ ଜିଲ୍ଲାସ୍ତରରେ ଆକ୍ସନ୍ ପ୍ଲାନ ପ୍ରସ୍ତୁତ ନିମନ୍ତେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପାଖରେ ଭିକାରୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ସେମାନଙ୍କୁ ସେଠାରୁ ତୁରନ୍ତ ହଟାଇବା ପାଇଁ ପଦକ୍ଷେପ ନେବାକୁ ପୁରୀ ଜିଲ୍ଲାପାଳଙ୍କୁ କୁହାଯାଇଛି । ଭିକାରୀମୁକ୍ତ ଅଞ୍ଚଳ ପାଇଁ ଆବଶ୍ୟକ ଆକ୍ସନ୍ ପ୍ଲାନ୍ କିଭଳି ତୁରନ୍ତ ପ୍ରସ୍ତୁତ ହେବ ସେ ନେଇ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗରେ ରହିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗତ ଜୁଲାଇ ମାସରେ ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ ଏବେ ମୋଟ ୬୩୯୦ଜଣ ଭିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୮୮୬ଜଣ ଭିକାରୀଙ୍କୁ ରାଜ୍ୟ ସରକାର ‘ସହାୟ’ ଯୋଜନା ମାଧ୍ୟମରେ ଥଇଥାନ କରିଛନ୍ତି । ବାକି ଭିକାରୀମାନଙ୍କୁ ଥଇଥାନ ପାଇଁ ପଦକ୍ଷେପ ନିଆଯାଉଛି। କଟକରେ ସର୍ବାଧିକ ୧୦୬୦ଜଣ ଓ ଖୋର୍ଦ୍ଧା ଜିଲ୍ଲାରେ ୫୬ଜଣ ଭିକାରୀ ଅଛନ୍ତି ବୋଲି ସେ କହିଥିଲେ।

ମାତ୍ର ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ଅଞ୍ଚଳରେ ଭିକାରୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ‘ସହାୟ’ ଯୋଜନା ସେମାନଙ୍କୁ ଆକୃଷ୍ଟ କରିପାରିନି। ଯଦିଓ ଏହି ଯୋଜନାରେ ରାଜ୍ୟ ସରକାର ସେମାନଙ୍କୁ ଜୀବିକାନିର୍ବାହ ପାଇଁ ଆତ୍ମସ୍ୱାବଲମ୍ବୀ କରିବା ସହ ବିଭିନ୍ନ ପ୍ରକାରର ସାମାଜିକ ଓ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାତ୍ର ରାଜ୍ୟବ୍ୟାପୀ ଭିକାରୀ ଚିହ୍ନଟ ପ୍ରକ୍ରିୟା ଏପର୍ଯ୍ୟନ୍ତ ହୋଇନଥିବାରୁ ସରକାରଙ୍କ ଏହି ଥଇଥାନ ଯୋଜନା କେବଳ ଧର୍ମକୁ ଆଖିଠାର ମାରିବା ଭଳି ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ୍ ୬୫୫୦ଜଣ ଭିକାରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos