ବେଙ୍ଗଲୁରୁ ଓ ମୁମ୍ୱାଇରେ ପାଳନ ହେଲା ବାହୁଡା ଯାତ୍ରା

ଭୁବନେଶ୍ୱର: ବେଙ୍ଗଲୁରୁରେ ବି ବେଶ୍ ଆଡମ୍ୱରରେ ପାଳିତ ହୋଇଯାଇଛି ବାହୁଡା ଯାତ୍ରା। ବେଙ୍ଗଲୁର  ସହକାରନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଥିଲା ପ୍ରଭୁ ଜଗନ୍ନାଥଙ୍କ  ବାହୁଡାଯାତ୍ରା।  ଏଥିର ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଛେରାପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା। ବେଙ୍ଗଲୁରରେ ରହୁଥିବା ଶହ ଶହ ଓଡ଼ିଆଙ୍କ ସହ ଅନ୍ୟମାନେ ରଥ ଟାଣିଥିଲ। ବାହୁଡା ଯାତ୍ରା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।  ସ୍ଥାନୀୟ ଜଗନ୍ନାଥ ସେବା ଟ୍ରଷ୍ଟ ପକ୍ଷରୁ […]

rath

Rakesh Mallick
  • Published: Sunday, 26 July 2015
  • , Updated: 26 July 2015, 01:57 PM IST

ଭୁବନେଶ୍ୱର: ବେଙ୍ଗଲୁରୁରେ ବି ବେଶ୍ ଆଡମ୍ୱରରେ ପାଳିତ ହୋଇଯାଇଛି ବାହୁଡା ଯାତ୍ରା। ବେଙ୍ଗଲୁର  ସହକାରନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଥିଲା ପ୍ରଭୁ ଜଗନ୍ନାଥଙ୍କ  ବାହୁଡାଯାତ୍ରା।  ଏଥିର ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଛେରାପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା। ବେଙ୍ଗଲୁରରେ ରହୁଥିବା ଶହ ଶହ ଓଡ଼ିଆଙ୍କ ସହ ଅନ୍ୟମାନେ ରଥ ଟାଣିଥିଲ। ବାହୁଡା ଯାତ୍ରା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।  ସ୍ଥାନୀୟ ଜଗନ୍ନାଥ ସେବା ଟ୍ରଷ୍ଟ ପକ୍ଷରୁ ଏହି ରଥଯାତ୍ରା ଆୟୋଜିତ ହୋଇଥିଲା ।

ସେହିପରି ମୁମ୍ୱାଇର ନାଭି ମୁମ୍ୱାଇରେ ରବିବାର ବେଶ ଧୁମାଧାମରେ ପାଳିତ ହୋଇଛି ବାହୁଡା ଯାତ୍ରା। ମାଉସୀମା ମନ୍ଦିରରୁ ରବିବାର ଶ୍ରଦ୍ଧାଳୁମାନେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ । ଏଥିରେ ପ୍ରବାସୀ ଓଡ଼ିଆଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାମିଲ ହୋଇଥିଲେ। ମୁମ୍ୱାଇ ଏବଂ ନାଭି ମୁମ୍ୱାଇର ୪ଟି ସ୍ଥାନରେ ରଥ ଯାତ୍ରା ବେଶ ଧୁମଧାମରେ ପାଳନ ହୋଇଛି ।

 

 

Related story