ସ୍କୁଲରେ ସାମ୍ବାଦିକଙ୍କ ପ୍ରବେଶ: ନିଜ ନିର୍ଦ୍ଦେଶ ନିଜେ ପ୍ରତ୍ୟାହାର କଲେ କଙ୍କଡ଼ାହାଡ଼ ବିଇଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ଜାରି କଟକଣାକୁ ନେଇ ଗତ ଦୁଇଦିନ ଧରି କଡ଼ା ସମାଲୋଚନା ଓ ବିଭିନ୍ନ ସ୍ତରରୁ ଚାପ ବୃଦ୍ଧି ପାଇବା ପରେ ଶେଷରେ ରାଜ୍ୟ ସରକାରଙ୍କ ସଦବୁଦ୍ଧି ଉଦୟ ହୋଇଛି । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କ ବିଭାଗ ଏଭଳି ନିର୍ଦ୍ଦେଶ ଦେଇନି ବୋଲି କହି ଗତକାଲି ଦେଇଥିବା ବୟାନରୁ ଆଜି ଓହରି ଯାଇଥିବାବେଳେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) […]

schools

Ordigital Desk
  • Published: Monday, 11 July 2022
  • , Updated: 11 July 2022, 10:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ଜାରି କଟକଣାକୁ ନେଇ ଗତ ଦୁଇଦିନ ଧରି କଡ଼ା ସମାଲୋଚନା ଓ ବିଭିନ୍ନ ସ୍ତରରୁ ଚାପ ବୃଦ୍ଧି ପାଇବା ପରେ ଶେଷରେ ରାଜ୍ୟ ସରକାରଙ୍କ ସଦବୁଦ୍ଧି ଉଦୟ ହୋଇଛି । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କ ବିଭାଗ ଏଭଳି ନିର୍ଦ୍ଦେଶ ଦେଇନି ବୋଲି କହି ଗତକାଲି ଦେଇଥିବା ବୟାନରୁ ଆଜି ଓହରି ଯାଇଥିବାବେଳେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ୮ତାରିଖରେ ଜାରି କରିଥିବା ବିବାଦୀୟ ନିର୍ଦ୍ଦେଶନାମାକୁ ଆଜି ପ୍ରତ୍ୟାହାର କରିଛନ୍ତି ।

କଙ୍କଡ଼ାହାଡ଼ ବିଇଓ ଆଜି ତାଙ୍କ ବ୍ଲକ ଅଧୀନରେ ଥିବା ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖି ଅନଧିକୃତ ଭାବେ ସ୍କୁଲ କ୍ୟାମ୍ପସରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣାକୁ ନେଇ ଜୁଲାଇ ୮ତାରିଖରେ ଜାରି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି । ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଆଜି କଙ୍କଡ଼ାହାଡ଼ ବ୍ଲକରେ ମିଳିତ ଜନଶୁଣାଣିବେଳେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଏହି ୮ତାରିଖର ଚିଠି(ସ୍କୁଲରେ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା)କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ୮ତାରିଖର ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଗଲା ବୋଲି ବିଇଓ କହିବା ସହ ଏନେଇ ଢେଙ୍କାନାଳ ଜିଲ୍ଲାପାଳ ଓ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ।

ସୂଚନାଯୋଗ୍ୟ, ଏଭଳି ନିର୍ଦ୍ଦେଶନାମା ଜାରି କରିବା ପାଇଁ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଫିସର ହିଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ନିର୍ଦ୍ଦେଶକୁ ନେଇ ଜାତୀୟ ଗଣମାଧ୍ୟମ ଓ ଅନ୍ୟ ରାଜନୀତିକ ଦଳ କଡ଼ା ସମାଲୋଚନା କରିବାରୁ ସରକାର ଶେଷରେ ନିଜର ଭୁଲ୍ ବୁଝି ଉକ୍ତ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ପାଇଁ ବାଧ୍ୟ ହୋଇଛନ୍ତି ।

Related story