ବିଅର ଅଫର ପ୍ରାଇସ ବିବାଦ: ମଙ୍ଗଳବାରକୁ ଘୁଞ୍ଚିଲା ଶୁଣାଣି

କଟକ: ବିଅର ଅଫର ପ୍ରାଇସ ନେଇ ଆଜି ହାଇକୋର୍ଟରେ ଶୁଣାଣି ହେବାର ଥିଲା। ତେବେ ଏହାକୁ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ମଙ୍ଗଳବାର ଏ ପ୍ରସଙ୍ଗରେ ଶୁଣାଣି କରିବେ କୋର୍ଟ। ଅଫର ପ୍ରାଇସକୁ ନେଇ ନିଗମ ସହିତ ଚୁକ୍ତି କରି ନଥିବା ୫ଟି ବଡ଼ କଂପାନୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିଅର ଯୋଗାଣ କ୍ଷେତ୍ରରେ ଅଫର୍ ପ୍ରାଇସକୁ ୨୦ରୁ ୧୦ ପ୍ରତିଶତକୁ କମାଇବାକୁ ଅବକାରୀ ବିଭାଗ ରାଜି ଅଛି। କିନ୍ତୁ କଂପାନୀ ଏ ନେଇ ଲିଖିତ ପ୍ରତିଶ୍ରୁତି […]

highcourt

Rakesh Mallick
  • Published: Wednesday, 06 May 2015
  • , Updated: 06 May 2015, 06:48 AM IST

କଟକ: ବିଅର ଅଫର ପ୍ରାଇସ ନେଇ ଆଜି ହାଇକୋର୍ଟରେ ଶୁଣାଣି ହେବାର ଥିଲା। ତେବେ ଏହାକୁ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ମଙ୍ଗଳବାର ଏ ପ୍ରସଙ୍ଗରେ ଶୁଣାଣି କରିବେ କୋର୍ଟ। ଅଫର ପ୍ରାଇସକୁ ନେଇ ନିଗମ ସହିତ ଚୁକ୍ତି କରି ନଥିବା ୫ଟି ବଡ଼ କଂପାନୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିଅର ଯୋଗାଣ କ୍ଷେତ୍ରରେ ଅଫର୍ ପ୍ରାଇସକୁ ୨୦ରୁ ୧୦ ପ୍ରତିଶତକୁ କମାଇବାକୁ ଅବକାରୀ ବିଭାଗ ରାଜି ଅଛି। କିନ୍ତୁ କଂପାନୀ ଏ ନେଇ ଲିଖିତ ପ୍ରତିଶ୍ରୁତି ଚାହୁଁଥିବାରୁ ବିବାଦ ତୁଟୁନି। ଓଡ଼ିଶାକୁ ୭୦% ବିଅର ଯୋଗାଉଥିବା ବଡ଼ ବଡ଼ କଂପାନୀ ମଦ ନିଗମ ସହିତ ଚୁକ୍ତି କରି ନଥିବାରୁ ମୁହାଁମୁହିଁ ସ୍ଥିତି ଉପୁଜିଛି। ଏତିପାଇଁ ଏପ୍ରିଲ ମାସରେ ରାଜସ୍ୱ ମଧ୍ୟ ହ୍ରାସ ପାଇଛି। ସେପଟେ ମନ୍ତ୍ରୀ କହିଛନ୍ତି, ଆବଶ୍ୟକ ହେଲେ ଅବକାରୀ ନୀତିରେ ପରିବର୍ତ୍ତନ ହୋଇପାରେ।

Related story