ପୋଲିଓ ମୁକ୍ତ ପାଇଁ ମାନବ ପାଦ: ‘ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍‌’ରେ ପିଲାଙ୍କ ପ୍ରୟାସ

<p>ବ୍ରହ୍ମପୁର: ଦେଶକୁ ପୋଲିଓ ମୁକ୍ତ ପାଇଁ ପ୍ରୟାସ। ଛାତ୍ରଛାତ୍ରୀଙ୍କ ଦ୍ୱାରା ତିଆରି ହୋଇଥିବା ମାନବ ପାଦକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନିତ କରାଯାଇଛି । ଆଜି ଏଭଳି କିଛି ଭିନ୍ନ&nbsp; ଦୃଶ୍ୟ ଦେଖିବାକୁ ମିଳିଥିଲା ଗଂଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟାଡିୟମରେ।&nbsp; ବିଶ୍ୱ ପୋଲିଓ ଦିବସ ଅବସରରେ ବ୍ରହ୍ମପୁର ରୋଟାରୀ କ୍ଳବ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।&nbsp; ଏଥିରେ ବିଭିନ୍ନ ସ୍କୁଲ ଏବଂ କଲେଜର ପ୍ରାୟ ୧୭୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।</p> <p>ପରେ ଷ୍ଟାଡିୟମ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତିଆରି କରାଯାଇଥିଲା ମାନବ ପାଦ।&nbsp; ଏହାର ଓସାର ୬୦ଫୁଟ ଏବଂ ଲମ୍ବ ୧୩୫ ଫୁଟ ରହିଥିଲା । କଳା ଏବଂ ଧଳା ଡ୍ରେସ ସାଙ୍ଗକୁ ଧଳା କ୍ୟାପ ପିନ୍ଧି ଛାତ୍ରଛାତ୍ରୀମାନେ ପ୍ରାୟ ୫ମିନିଟ ଛିଡା ହୋଇଥିଲେ। ଯାହା ଇଣ୍ଡିଆ ବୁକ୍&zwnj; ଅଫ ରେକର୍ଡରେ ସ୍ଥାନ ପାଇଥିଲା। କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଇଣ୍ଡିଆ &nbsp;ବୁକ୍ ଅଫ୍ ରେକର୍ଡର ଅଧିକାରୀ ଏବଂ ରୋଟାରୀ କ୍ଳବ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।&nbsp; ଛାତ୍ରଛାତ୍ରୀଙ୍କ ଦ୍ୱାରା ଏଭଳି ଉଦ୍ୟମକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି।</p>

Ordigital Desk
  • Published: Tuesday, 24 October 2017
  • Updated: 24 October 2017, 10:18 PM IST

Sports

Latest News

<p>ବ୍ରହ୍ମପୁର: ଦେଶକୁ ପୋଲିଓ ମୁକ୍ତ ପାଇଁ ପ୍ରୟାସ। ଛାତ୍ରଛାତ୍ରୀଙ୍କ ଦ୍ୱାରା ତିଆରି ହୋଇଥିବା ମାନବ ପାଦକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନିତ କରାଯାଇଛି । ଆଜି ଏଭଳି କିଛି ଭିନ୍ନ&nbsp; ଦୃଶ୍ୟ ଦେଖିବାକୁ ମିଳିଥିଲା ଗଂଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟାଡିୟମରେ।&nbsp; ବିଶ୍ୱ ପୋଲିଓ ଦିବସ ଅବସରରେ ବ୍ରହ୍ମପୁର ରୋଟାରୀ କ୍ଳବ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।&nbsp; ଏଥିରେ ବିଭିନ୍ନ ସ୍କୁଲ ଏବଂ କଲେଜର ପ୍ରାୟ ୧୭୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।</p><p>ପରେ ଷ୍ଟାଡିୟମ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତିଆରି କରାଯାଇଥିଲା ମାନବ ପାଦ।&nbsp; ଏହାର ଓସାର ୬୦ଫୁଟ ଏବଂ ଲମ୍ବ ୧୩୫ ଫୁଟ ରହିଥିଲା । କଳା ଏବଂ ଧଳା ଡ୍ରେସ ସାଙ୍ଗକୁ ଧଳା କ୍ୟାପ ପିନ୍ଧି ଛାତ୍ରଛାତ୍ରୀମାନେ ପ୍ରାୟ ୫ମିନିଟ ଛିଡା ହୋଇଥିଲେ। ଯାହା ଇଣ୍ଡିଆ ବୁକ୍&zwnj; ଅଫ ରେକର୍ଡରେ ସ୍ଥାନ ପାଇଥିଲା। କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଇଣ୍ଡିଆ &nbsp;ବୁକ୍ ଅଫ୍ ରେକର୍ଡର ଅଧିକାରୀ ଏବଂ ରୋଟାରୀ କ୍ଳବ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।&nbsp; ଛାତ୍ରଛାତ୍ରୀଙ୍କ ଦ୍ୱାରା ଏଭଳି ଉଦ୍ୟମକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos