- Videos
- Odisha
- ପୋଲିଓ ମୁକ୍ତ ପାଇଁ ମାନବ ପାଦ: ‘ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍’ରେ ପିଲାଙ୍କ ପ୍ରୟାସ
ପୋଲିଓ ମୁକ୍ତ ପାଇଁ ମାନବ ପାଦ: ‘ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍’ରେ ପିଲାଙ୍କ ପ୍ରୟାସ
- Published: Tuesday, 24 October 2017
- , Updated: 24 October 2017, 10:18 PM IST
<p>ବ୍ରହ୍ମପୁର: ଦେଶକୁ ପୋଲିଓ ମୁକ୍ତ ପାଇଁ ପ୍ରୟାସ। ଛାତ୍ରଛାତ୍ରୀଙ୍କ ଦ୍ୱାରା ତିଆରି ହୋଇଥିବା ମାନବ ପାଦକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନିତ କରାଯାଇଛି । ଆଜି ଏଭଳି କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଂଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟାଡିୟମରେ। ବିଶ୍ୱ ପୋଲିଓ ଦିବସ ଅବସରରେ ବ୍ରହ୍ମପୁର ରୋଟାରୀ କ୍ଳବ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ସ୍କୁଲ ଏବଂ କଲେଜର ପ୍ରାୟ ୧୭୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।</p>
<p>ପରେ ଷ୍ଟାଡିୟମ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତିଆରି କରାଯାଇଥିଲା ମାନବ ପାଦ। ଏହାର ଓସାର ୬୦ଫୁଟ ଏବଂ ଲମ୍ବ ୧୩୫ ଫୁଟ ରହିଥିଲା । କଳା ଏବଂ ଧଳା ଡ୍ରେସ ସାଙ୍ଗକୁ ଧଳା କ୍ୟାପ ପିନ୍ଧି ଛାତ୍ରଛାତ୍ରୀମାନେ ପ୍ରାୟ ୫ମିନିଟ ଛିଡା ହୋଇଥିଲେ। ଯାହା ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଥିଲା। କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ଏବଂ ରୋଟାରୀ କ୍ଳବ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଏଭଳି ଉଦ୍ୟମକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି।</p>