ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୭ଟି ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରହିଥିଲା। ଏହା ପଛକୁ ଥିଲା ହୀରାକୁଦ। ଏଠାରେ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ବଲାଙ୍ଗିରରେ ତାପମାତ୍ରା ୪୨ ଡିଗ୍ରୀ ରହିଥିଲା। ସମ୍ବଲପୁରରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୧.୬ ଓ ସୁନ୍ଦରଗଡ଼ରେ ୪୦.୦ ଡିଗ୍ରୀ ରହିଥିଲା। ତାଳଚେରରେ ତାପାମାତ୍ରା […]

khara

Rakesh Mallick
  • Published: Sunday, 03 April 2016
  • , Updated: 04 April 2016, 05:29 AM IST

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୭ଟି ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରହିଥିଲା। ଏହା ପଛକୁ ଥିଲା ହୀରାକୁଦ। ଏଠାରେ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ବଲାଙ୍ଗିରରେ ତାପମାତ୍ରା ୪୨ ଡିଗ୍ରୀ ରହିଥିଲା। ସମ୍ବଲପୁରରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୧.୬ ଓ ସୁନ୍ଦରଗଡ଼ରେ ୪୦.୦ ଡିଗ୍ରୀ ରହିଥିଲା।

ତାଳଚେରରେ ତାପାମାତ୍ରା ୩୮.୮ ଡିଗ୍ରୀ ରହିଥିଲା।

ସେହିପରି ଭୁବନେଶ୍ୱର ଓ କଟକରେ ଆଜି ତାପମାତ୍ରା ଯଥାକ୍ରମେ ୩୭.୨ ଓ ୩୬.୬ ଡିଗ୍ରୀ ରହିଥିଲା।

ଗତକାଲି ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିରରେ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରହିଥିଲା। ସେହିପରି ଟିଟିଲାଗଡ଼ରେ ତାପମାତ୍ର ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୪୧.୫ ଓ ମାଲକାନଗିରିରେ ୪୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାର ତାପମାତ୍ର ୪୦.୫ ଡିଗ୍ରୀ ରହିଥିଲା। ହୀରାକୁଦର ତାପମାତ୍ରା ୪୦.୨ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ସୋନପୁରରେ ବି ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ତେବେ ସମ୍ବଲପୁରର ତାପମାତ୍ରା ୩୯.୮ ଡିଗ୍ରୀ ରହିଥିଲା।

ତାଳଚେର ଓ ଅନୁଗୋଳର ତାପମାତ୍ରା ଯଥାକ୍ରମେ ୩୮.୨ ଓ ୩୮.୯ ଡିଗ୍ରୀ ରହିଥିଲା।

ରାଜଧାନୀ ଭୁବନେଶ୍ୱରରେ ଗତକାଲି ତାପାମାତ୍ରା ୩୭.୬ ଡିଗ୍ରୀ ରହିଥିବା ବେଳେ କଟକରେ ତାତି ୩୬ ଡିଗ୍ରୀ ରହିଥିଲା।

ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଉଚ୍ଚା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ଗତକାଲି କହିଥିଲେ।

Related story