ଦୁର୍ଘଟଣାରେ ଆହତ ଦୁଇ ଯୁବକଙ୍କଠାରୁ ସନ୍ଦିଗ୍ଧ ପାଉଡର ଜବତ

ଭଦ୍ରକ: ଭଦ୍ରକରେ ଦୁର୍ଘଟଣାରେ ଆହତ ଦୁଇ ଯୁବକଙ୍କଠାରୁ ସନ୍ଦିଗ୍ଧ ପାଉଡର ପ୍ୟାକେଟ୍‌ ମିଳିଛି। ପୋଲିସ ସେମାନଙ୍କଠାରୁ ୧୦୦ଟି ପ୍ୟାକେଟ ପାଉଡର ଜବତ କରିଛି। ଏହା ବ୍ରାଉନ୍‌ସୁଗର ବୋଲି ସନ୍ଦେହ କରାଯାଉଛି। ମାତ୍ର ତାହା ଏପର୍ଯ୍ୟନ୍ତ ସ୍ପେଷ୍ଟ ହୋଇନି। ଏନେଇ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗତକାଲି ଏକ କଳା ପଲସରରେ ଦୁଇ ଜଣ ଯୁବକ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ଆରଡି ଛକରେ ଗୋଟିଏ ଟ୍ରକ୍‌ରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭଦ୍ରକ […]

bhadrak-accident

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 04:09 PM IST

ଭଦ୍ରକ: ଭଦ୍ରକରେ ଦୁର୍ଘଟଣାରେ ଆହତ ଦୁଇ ଯୁବକଙ୍କଠାରୁ ସନ୍ଦିଗ୍ଧ ପାଉଡର ପ୍ୟାକେଟ୍‌ ମିଳିଛି। ପୋଲିସ ସେମାନଙ୍କଠାରୁ ୧୦୦ଟି ପ୍ୟାକେଟ ପାଉଡର ଜବତ କରିଛି। ଏହା ବ୍ରାଉନ୍‌ସୁଗର ବୋଲି ସନ୍ଦେହ କରାଯାଉଛି। ମାତ୍ର ତାହା ଏପର୍ଯ୍ୟନ୍ତ ସ୍ପେଷ୍ଟ ହୋଇନି। ଏନେଇ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଗତକାଲି ଏକ କଳା ପଲସରରେ ଦୁଇ ଜଣ ଯୁବକ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ଆରଡି ଛକରେ ଗୋଟିଏ ଟ୍ରକ୍‌ରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଦୁଇ ଜଣ ଯୁବକ ହେଲେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଆଦିତ୍ୟନାଥ ପଣ୍ଡା ଓ ଡୁମୁଡୁମାର ବାବୁ ସାହୁ। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Related story