ଭଦ୍ରକ: ଭଦ୍ରକ-ବ୍ରହ୍ମପୁର ଡିଏମ୍‌ୟୁରେ ଶୌଚାଳୟ ରଖିବା ଦାବିରେ ଜିଲ୍ଲା କଂଗ୍ରେସର ରେଳରୋକ

ଭଦ୍ରକ: ଭଦ୍ରକ-ବ୍ରହ୍ମପୁର ଡିଏମ୍‌ୟୁ ଟ୍ରେନରେ ଶୌଚାଳୟ ରଖାଯିବା ଦାବିରେ ସୋମବାର ସକାଳେ ଜିଲ୍ଲା କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଥିଲା। ଡିଏମ୍‌ୟୁରେ ଶୌଚାଳୟ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ। ଏ ନେଇ ବାରମ୍ୱାର ଦାବି ସତ୍ତ୍ୱେ ରେଳ ବିଭାଗ କର୍ଣ୍ଣପାତ କରୁ ନ ଥିବାରୁ ଆନ୍ଦୋଳନ କରାଯାଇଥିଲା। ପ୍ରଥମେ ୩ଟି ବଗିରେ ଏହି ସୁବିଧା ଦେବା ପରେ ବାକି ବଗି ଗୁଡ଼ିକରେ ଏପ୍ରିଲ୍ ସୁଦ୍ଧା ଶୌଚାଳୟ ସୁବିଧା କରାଯିବାର […]

bhadrak-dmu

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 05:02 AM IST

ଭଦ୍ରକ: ଭଦ୍ରକ-ବ୍ରହ୍ମପୁର ଡିଏମ୍‌ୟୁ ଟ୍ରେନରେ ଶୌଚାଳୟ ରଖାଯିବା ଦାବିରେ ସୋମବାର ସକାଳେ ଜିଲ୍ଲା କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଥିଲା। ଡିଏମ୍‌ୟୁରେ ଶୌଚାଳୟ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ। ଏ ନେଇ ବାରମ୍ୱାର ଦାବି ସତ୍ତ୍ୱେ ରେଳ ବିଭାଗ କର୍ଣ୍ଣପାତ କରୁ ନ ଥିବାରୁ ଆନ୍ଦୋଳନ କରାଯାଇଥିଲା। ପ୍ରଥମେ ୩ଟି ବଗିରେ ଏହି ସୁବିଧା ଦେବା ପରେ ବାକି ବଗି ଗୁଡ଼ିକରେ ଏପ୍ରିଲ୍ ସୁଦ୍ଧା ଶୌଚାଳୟ ସୁବିଧା କରାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Related story