ଭଦ୍ରକ: ବୃକ୍ଷରୋପଣରୁ ରଜ ମହୋତ୍ସବକୁ ଉଦଘାଟନ କଲେ ଜିଲ୍ଲାପାଳ

ଭଦ୍ରକ: ଭଦ୍ରକ ଜିଲ୍ଲା ଗଣିଜାଙ୍ଗଠାରେ ବୃକ୍ଷରୋପନ କରି ଜିଲ୍ଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର ରଜ ମହୋତ୍ସବକୁ ଉଦଘାଟନ କରିଛନ୍ତି । ତିନିଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଝୋଟି ପ୍ରତିଯୋଗିତା, ପାନଭଙ୍ଗା, ପିଠା, ଦୋଳି ଖେଳ ଓ ପୁଚି ଖେଳର ଆୟୋଜନ କରାଯାଉଛି । ଏଥିରେ ୩ରୁ ୪ଟି ପଞ୍ଚାୟତର ଲୋକେ ସାମିଲ ହୋଇ ରଜ ଉତ୍ସବକୁ ଉପଭୋଗ କରିଥାନ୍ତି ।