କଂଗ୍ରେସରେ ଏବେ ପିଟାପିଟି ସିଜନ୍‌, ଭଦ୍ରକରେ ଛାତ୍ର ନେତାଙ୍କ ସାର୍ଟପ୍ୟାଣ୍ଟ ଚିରିଦେଲେ

ଭଦ୍ରକ (ପାର୍ଥସାରଥୀ ନାୟକ): ପୁରୀରେ ରାଜ୍ୟ ପ୍ରଭାରୀ ଓ ପିସିସି ମୁଖିଆଙ୍କ ଉପସ୍ଥିତିରେ କଂଗ୍ରେସର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ଏହି ମାମଲା ସମାଧାନ ନହେଉଣୁ ଆଜି ଭଦ୍ରକରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି। ଏଥିରେ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ଆହତ ହୋଇଛନ୍ତି। ଏନେଇ ଟାଉନ୍‌ ଥାନାରେ ଲିଖିତ […]

congress-party-office

congress-party-office

Manoranjan Sial
  • Published: Wednesday, 19 February 2020
  • Updated: 19 February 2020, 04:36 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ପୁରୀରେ ରାଜ୍ୟ ପ୍ରଭାରୀ ଓ ପିସିସି ମୁଖିଆଙ୍କ ଉପସ୍ଥିତିରେ କଂଗ୍ରେସର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ଏହି ମାମଲା ସମାଧାନ ନହେଉଣୁ ଆଜି ଭଦ୍ରକରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି। ଏଥିରେ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ଆହତ ହୋଇଛନ୍ତି। ଏନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିଲା। ଏଥିରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଦୀପ ମାଝି ପ୍ରମୁଖ ଯୋଗଦେବାର ଥିଲା। ସେମାନଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ ଓ ତାଙ୍କ ସମର୍ଥକଙ୍କ ଉପରେ ହୋଇଛି ଆକ୍ରମଣ। କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଫଳରେ ବଳରାମ ରାଉତଙ୍କ ସମେତ ଅନ୍ୟମାନଙ୍କର ସାର୍ଟ ଓ ପ୍ୟାଣ୍ଟ ଚିରି ଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ଏନେଇ ବଳରାମ ରାଉତ କହିଛନ୍ତି-“ଓଡ଼ିଶା ଓ ଭଦ୍ରକରେ କଂଗ୍ରେସର ସ୍ଥିତି କଣ ରହିଛି? ସେ ବିଷୟରେ ଅବଗତ କରାଇବା ପାଇଁ ଆମେ କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲୁ। ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ଆସିବା ପୂର୍ବରୁ ଆମ ଉପରେ ମାଡ଼ ହୋଇଛି। ମାଡ଼ ମାରିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ।”

ଅନ୍ୟ ପକ୍ଷରେ ଗତକାଲି ରାତିରେ ଭଦ୍ରକ ଟାଉନ୍‌ରେ କଂଗ୍ରେସ ବିରୋଧରେ ହୋଡିଂ ମରାଯାଇଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ଉଲ୍ଲେଖ ରହିଛି “ନିରଞ୍ଜନ ହଟାଓ, କଂଗ୍ରେସ ବଞ୍ଚାଓ ଓ ନିରଞ୍ଜନ ଗୋ ବ୍ୟାକ” ଲେଖାଯାଇଛି। ଏଥିରୁ ସ୍ପଷ୍ଟ ଭାବେ ବାରି ହେଉଛି ଏଠି କଂଗ୍ରେସର ଗୋଷ୍ଠୀ କନ୍ଦଳ ରହିଛି। ମାତ୍ର ଆଜି ନିରଞ୍ଜନ ଏହାକୁ ଖଣ୍ଡନ କରିଛନ୍ତି। ଗଣ୍ଡଗୋଳ ନେଇ ଶ୍ରୀ ପଟ୍ଟନାୟକ କହିଲେ- ଏହା ଦଳ ବାହାର ଲୋକଙ୍କ କାମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos