ଦୁର୍ଘଟଣାରେ ସୁରେଶଙ୍କ ମୃତ୍ୟୁ ହୋଇନି, ତାଙ୍କୁ ହତ୍ୟା କରାଯାଇଛି: କଂଗ୍ରେସ

ଭଦ୍ରକ: ଭଦ୍ରକ ଜିଲ୍ଲାର ଆଗଧାଡିର କଂଗ୍ରେସ ନେତା ସୁରେଶ ରାଉତଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି କଂଗ୍ରେସ ଅଭିଯୋଗ କରିଛି। ଦୁର୍ଘଟଣାରେ ସୁରେଶଙ୍କ ମୃତ୍ୟୁ ଘଟିନାହିଁ। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ତାଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯିବାକୁ ଚେଷ୍ଟା କରାଯାଉଛି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସୁରେଶଙ୍କ ହତ୍ୟାର ସିବିଆଇ ତଦନ୍ତ କରିବା ଦାବିରେ ତାଙ୍କ ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାସହ ସୁରେଶଙ୍କ ମୃତ୍ୟୁ ଘଟଣାରେ ହତ୍ୟା ମାମଲା […]

bhadrak

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 03:07 PM IST

ଭଦ୍ରକ: ଭଦ୍ରକ ଜିଲ୍ଲାର ଆଗଧାଡିର କଂଗ୍ରେସ ନେତା ସୁରେଶ ରାଉତଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି କଂଗ୍ରେସ ଅଭିଯୋଗ କରିଛି। ଦୁର୍ଘଟଣାରେ ସୁରେଶଙ୍କ ମୃତ୍ୟୁ ଘଟିନାହିଁ। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ତାଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯିବାକୁ ଚେଷ୍ଟା କରାଯାଉଛି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସୁରେଶଙ୍କ ହତ୍ୟାର ସିବିଆଇ ତଦନ୍ତ କରିବା ଦାବିରେ ତାଙ୍କ ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାସହ ସୁରେଶଙ୍କ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ କରି ପ୍ରକୃତ ଦୋଷୀଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।

ଗତକାଲି ସୁରେଶ ନିଜ ବନ୍ଧୁଙ୍କ ସହ ଏକ ବାଇକ୍‌ରେ ବନ୍ତରୁ ଘରକୁ ଫେରୁଥିବା ବେଳେ ବନ୍ତ-ଭଦ୍ରକ ରାସ୍ତାର ଆମ୍ବଗାଡିଆ ଛକରେ ତାଙ୍କୁ ଏକ ଗାଡି ଧକ୍କା ଦେଇଥିଲା। ଦୁର୍ଘଟଣାରେ ସୁରେଶଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବନ୍ଧୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Related story