ଭଦ୍ରକ: ଟ୍ରକକୁ ପିଟିଲା ବୋଲେରୋ, ୪ ମୃତ, ୮ ଗୁରୁତର

ଭଦ୍ରକ: ଏନଏଚ ୫ର ଭଣ୍ଡାରୀପୋଖରୀଠାରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକକୁ ବୋଲେରୋଟିଏ ପିଟି ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ହେଉଛନ୍ତି ବାପା-ମା’ ଓ ଝିଅ।   ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଭଣ୍ଡାରୀପୋଖରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା […]

accident

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 06:39 AM IST

ଭଦ୍ରକ: ଏନଏଚ ୫ର ଭଣ୍ଡାରୀପୋଖରୀଠାରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକକୁ ବୋଲେରୋଟିଏ ପିଟି ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ହେଉଛନ୍ତି ବାପା-ମା’ ଓ ଝିଅ।   ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଭଣ୍ଡାରୀପୋଖରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ମୃତକ ଓ ଆହତମାନେ ଭଦ୍ରକ ଜିଲ୍ଲା ବାସୁଦେବପୁରର ରାଜଘୋରପୋଖରୀ ଗାଁର ବୋଲି ଜଣାପଡ଼ିଛି। ସେମାନେ ପୁରୀରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟି ଥିଲା ବୋଲେରୋଟି।

Related story