ଭଦ୍ରକ: ମହିଳା ଜୀବନ୍ତ ଦଗ୍ଧ, ଝିଅ ଆହତ, ସ୍ୱାମୀ ଥାନାରେ ଅଟକ

ଭଦ୍ରକ: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ନୂଆପୋଖରୀ ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ତାଙ୍କର ୭ ବର୍ଷର ଝିଅ ନିଆଁରେ ପୋଡ଼ି ଆହତ ହୋଇଛି। ମୃତ ମହିଳାଙ୍କ ନାମ ରମାମଣୀ ସିଂ। ଆହତ ଝିଅର ନାଁ ପାୟଲ ସିଂ। ତାକୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ ରମାମଣୀଙ୍କ ସ୍ୱାମୀ ପ୍ରଦୀପ ସିଂହଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ ଅଶାନ୍ତିରୁ ଏଭଳି ଏକ ଘଟଣା […]

bhadrak

Rakesh Mallick
  • Published: Wednesday, 06 April 2016
  • , Updated: 06 April 2016, 10:21 AM IST

ଭଦ୍ରକ: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ନୂଆପୋଖରୀ ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ତାଙ୍କର ୭ ବର୍ଷର ଝିଅ ନିଆଁରେ ପୋଡ଼ି ଆହତ ହୋଇଛି। ମୃତ ମହିଳାଙ୍କ ନାମ ରମାମଣୀ ସିଂ। ଆହତ ଝିଅର ନାଁ ପାୟଲ ସିଂ। ତାକୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ ରମାମଣୀଙ୍କ ସ୍ୱାମୀ ପ୍ରଦୀପ ସିଂହଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ ଅଶାନ୍ତିରୁ ଏଭଳି ଏକ ଘଟଣା ଘଟିଛି ବୋଲି କୁହାଯାଉଛି। ତେବେ ପୋଲିସ୍ ପକ୍ଷରୁ ନିଆଁ ଲାଗିବାର କାରଣ ସଂପର୍କରେ କିଛି କୁହାଯାଇନାହିଁ।

ପ୍ରଦୀପ ଏକ ଠିକାଦାର କଂପାନୀରେ କାମ କରେ ବୋଲି ଜଣାପଡ଼ିଛି।

Related story