ଭାଗଚାଷୀଙ୍କୁ ମରୁଡି ସହାୟତା ପ୍ରଦାନକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଭାଗଚାଷୀଙ୍କୁ ମରୁଡି ସହାୟତା ପ୍ରଦାନ କରୁଥିବା କହିଛନ୍ତି। ତେବେ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ରାଜ୍ୟ ସରକାର ପ୍ରକୃତ ଭାଗ ଚାଷୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି ନା ଭାଗଚାଷୀ ନାଁରେ ଆଉ କିଏ ଏହି ସହାୟତା ନେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଭାଗ ଚାଷୀଙ୍କୁ ମରୁଡି ସହାୟତା ମିଳୁଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହୁଥିବା ବେଳେ ଭାଗଚାଷୀ ଚିହ୍ନଟ ପାଇଁ ଗଠିତ କମିଟି ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଦେଇ […]

mayurbhanja-marudi

Rakesh Mallick
  • Published: Wednesday, 23 December 2015
  • , Updated: 23 December 2015, 03:35 PM IST

ଭୁବନେଶ୍ୱର: ରାଜ୍ୟ ସରକାର ଭାଗଚାଷୀଙ୍କୁ ମରୁଡି ସହାୟତା ପ୍ରଦାନ କରୁଥିବା କହିଛନ୍ତି। ତେବେ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ରାଜ୍ୟ ସରକାର ପ୍ରକୃତ ଭାଗ ଚାଷୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି ନା ଭାଗଚାଷୀ ନାଁରେ ଆଉ କିଏ ଏହି ସହାୟତା ନେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଭାଗ ଚାଷୀଙ୍କୁ ମରୁଡି ସହାୟତା ମିଳୁଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହୁଥିବା ବେଳେ ଭାଗଚାଷୀ ଚିହ୍ନଟ ପାଇଁ ଗଠିତ କମିଟି ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଦେଇ ନ ଥିବା ରାଜସ୍ୱ ସଚିବ କହିଛନ୍ତି। ଯାହା ଏହି ଏପରି ସନ୍ଦେହକୁ ଘନୀଭୂତ କରୁଛି।

ଭାଗଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ନେଇ ଭୂ-ସଂସ୍କାର ଆଇନରେ ସଂଶୋଧନ ପାଇଁ ୨୦୧୩ରେ ସରକାର ଏକ କମିଟି ଗଠନ କରିଥିଲେ।ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟି ସରକାରଙ୍କୁ ଏ ପର୍ଯ୍ୟନ୍ତ ରିପୋର୍ଟ ଦେଇନାହାନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବ ମୋନା ଶର୍ମାଙ୍କ କହିବା ଅନୁସାରେ ୨୦୧୧ରେ ଥିବା ନିୟମକୁ ଅନୁସରଣ କରାଯାଇ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଯଦି ଆଇନରେ ସଂଶୋଧନ ହୋଇନାହିଁ ତେବେ ଭାଗଚାଷୀ ଚିହ୍ନଟ ହେଲେ କିଭଳି ତାହା ଏବେ ପ୍ରଶ୍ନ ଉଠୁଛି।

ଏସଆରସି ପ୍ରଦୀପ୍ତ ମହାପାତ୍ର କହିଥିଲେ, ଭାଗଚାଷୀଙ୍କୁ ଇନପୁଟ୍ ସବିସିଡ୍ ବାବାଦକୁ ୧୧୩ କୋଟି ବଣ୍ଟା ସରିଲାଣି। ଏ ବାବଦକୁ ଆହୁରି ୧୦୦ କୋଟି ଟଙ୍କା ବଣ୍ଟାଯିବ। ତେବେ ସହାୟତା କିଏ ପାଉଛି ତାହା ଏବେ ପ୍ରଶ୍ନବାଚୀ।

Related story