ଭର୍ତ୍ତୃହରି ‘ଓଡ଼ିଶା ରସଗୋଲା’ ବିରୋଧୀ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଜଗନ୍ନାଥ ରସଗୋଲା’କୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାର ଆବେଦନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରସଗୋଲା କୋଲକାତାର ନା ଓଡ଼ିଶାର ତାକୁ ନେଇ ସାରା ଦେଶରେ କିଛିଦିନ ହେବ ଚର୍ଚ୍ଚା ଲାଗି ରହିଛି। ରସଗୋଲା ଆମର ଓ ଏହା ଆମ ସଂସ୍କୃତି ସହ ହଜାର ହଜାର ବର୍ଷରୁ ଜଡ଼ିତ ବୋଲି ଓଡ଼ିଶା ସରକାର କହି ହେଉଛନ୍ତି। ହେଲେ ସରକାରୀ ଦଳର ଜଣେ ସାଂସଦଙ୍କ ଦୋମୁହାଁ ନୀତି ଏହା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଆସନ୍ତା ୧୪ ତାରିଖରେ ରାଜଧାନୀର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ପାଳନ ହେବାକୁ ଥିଲା ‘ରସଗୋଲା ମହୋତ୍ସବ’। ଉପରେ ହଁ, ଭିତରେ ନା କହି ଏହି ସାଂସଦ ଜଣଙ୍କ ଏବେ ଏହି ମହୋତ୍ସବକୁ ବିବାଦ ମଧ୍ୟକୁ ଟାଣି ନେଇଛନ୍ତି। ଯାହାକୁ ବୁଦ୍ଧିଜୀବୀ ମହଲରେ ନା ପସନ୍ଦ କରାଯାଇଛିା

ରସଗୋଲା ଓଡ଼ିଶାର। ରସଗୋଲା ପାଇଁ ଓଡ଼ିଶା ପ୍ରସିଦ୍ଧ। ଓଡ଼ିଶାର ରସଗୋଲାକୁ ଦେଶ ବିଦେଶରେ ପରିଚିତ କରିବା ଉଦ୍ଦେଶ୍ୟ ନେଇ ଓଟିଭି ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ  ଦୁଇଦିନ ଧରି ରସଗୋଲା ମହୋତ୍ସବ ପାଳନ ପାଇଁ  ସ୍ଥିର କରାଯାଇଥିଲା। ଆସନ୍ତା ୧୪ ତାରିଖରେ ଏହି ଉତ୍ସବ ପାଳନ ପାଇଁ ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରମୀ ପଡ଼ିଆକୁ ଭଡ଼ାରେ ନେବା ପାଇଁ ଆବେଦନ ମଧ୍ୟ କରାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସେଠାରେ ଉତ୍ସବ ନକରିବା ପାଇଁ ସ୍ୱାଧୀନତା ସଂଗ୍ରମୀ ପଡ଼ିଆ କର୍ତ୍ତୃପକ୍ଷ ମନା କରିଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୪ ତାରିଖ ଦିନ କିଛି ବୁକିଂ ନଥିଲେ ମଧ୍ୟ ଜାଣିଶୁଣି ମହୋତ୍ସବ ପାଇଁ ମନା କରାଯାଇଛି। ଏଠାରେ ଗୋଟିଏ ରାଜ୍ୟସ୍ତରୀୟ ଉତ୍ସବକୁ କ’ଣ ପାଇଁ ମନା କରାଯାଇଥିଲା ସେ ସମ୍ପର୍କରେ ସମ୍ପୃକ୍ତ ଅନୁଷ୍ଠାନ ପରିସରରେ ରହୁଥିବା କେୟାର ଟେକରଙ୍କୁ ପଚାରାଯିବାରେ ସେ କହିଥିଲେ, ସଂସ୍ଥାର ମୁଖ୍ୟ ସାଂସଦ ଭର୍ତ୍ତୃହରି ମହତାବ ମନା କରିଛନ୍ତିା

ସାରା ରଜ୍ୟର ରସଗୋଲା ତିଆରି କରୁଥିବା ସଂଗଠନ, କାରିଗର ଓ ଦୋକାନୀଙ୍କୁ ନେଇ ଏହି ମହୋତ୍ସବ ପାଳନ ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ମହୋତ୍ସବ ସ୍ଥାନ ପାଇଁ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି କରାଗଲା। ଆଉ ଏହାର ସୃଷ୍ଟିକର୍ତ୍ତା ହେଉଛନ୍ତି ଖୋଦ ଓଡ଼ିଶାର ସ୍ୱାଭିମାନ ଓ ସ୍ୱାର୍ଥ ପାଇଁ ଲଢେଇ କରୁଥିବା ସାଂସଦ ଭର୍ତ୍ତୃହରି ମହତାବ।

ଏନେଇ ସାଂସଦଙ୍କ ସହ ଯୋଗାଯୋଗ କରାଯିବାରେ ସେ ଉତ୍ସବ ପାଇଁ ମନା କରିନାହାଁନ୍ତି ବୋଲି ସଫେଇ ଦେଇଛନ୍ତି। କିନ୍ତୁ କେୟାର ଟେକର ତାଙ୍କର ପ୍ରକୃତ ମୁଖା ଖୋଲିଦେଇଛନ୍ତିା ଉପରେ ହଁ ହଁ ମାରି, ଭିତରେ ମନା କରିଛନ୍ତିା ବିଚରା କେୟାର ଟେକର ନିଜ ଚାକିରି ବଞ୍ଚାଇବା ପାଇଁ ମନା କରିଛି। ଏପରି ଜଘନ୍ୟ ଚକ୍ରାନ୍ତକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛିା

ସୂଚନାଯୋଗ୍ୟ, ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ବାହାଘରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ମହୋତ୍ସବ ପାଳନ କରିବାକୁ ହଜାର ହଜାର ଟଙ୍କା ଭଡ଼ା ନିଆଯାଉଛି। ହେଲେ ଓଡ଼ିଶାର ସ୍ୱାର୍ଥ ପାଇଁ ଆୟୋଜିତହେବାକୁ ଥିବା ରସଗୋଲା ମହୋତ୍ସବକୁ କ’ଣ ପାଇଁ ମନା କରାଯାଇଛି ତାହା ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି।

Ordigital Desk
• Published: Tuesday, 09 January 2018
• Updated: 09 January 2018, 10:33 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos