ବିଦେଶାଗତ ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଭିତରକନିକା

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ବିଦେଶାଗତ ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଭିତରକନିକା । କୋଇଲିର କୁହୁ କୁହୁ ରାବ, ଗେଣ୍ଡାଳିଆଙ୍କ କୁହାଟ ଆଉ ତା ସାଙ୍ଗକୁ ଶହ ଶହ ପ୍ରଜାତିର ପକ୍ଷୀଙ୍କ ସ୍ୱରରେ ପ୍ରକମ୍ପିତ ହେଉଛି ଭିତର କନିକା  । ପ୍ରତିବର୍ଷ ଶୀତ ଆସିଲେ ହଜାର ହଜାର ମାଇଲ ଅତିକ୍ରମ କରି ଦେଶୀ ଓ ବିଦେଶୀ ପକ୍ଷୀମାନେ ଧାଇଁ ଆସିଥାନ୍ତି ଏଠାକୁ । ଆଉ ଏହି ପକ୍ଷୀଙ୍କ ସମାଗମକୁ ଦେଖି ଆକର୍ଷିତ ହୋଇଥାନ୍ତି ପର୍ଯ୍ୟଟକ ଏବଂ  ପରିବେଶବିତ୍ । […]

bhitarkanika-birds

Tapas Behera
  • Published: Tuesday, 15 December 2020
  • , Updated: 15 December 2020, 04:37 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ବିଦେଶାଗତ ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଭିତରକନିକା । କୋଇଲିର କୁହୁ କୁହୁ ରାବ, ଗେଣ୍ଡାଳିଆଙ୍କ କୁହାଟ ଆଉ ତା ସାଙ୍ଗକୁ ଶହ ଶହ ପ୍ରଜାତିର ପକ୍ଷୀଙ୍କ ସ୍ୱରରେ ପ୍ରକମ୍ପିତ ହେଉଛି ଭିତର କନିକା  । ପ୍ରତିବର୍ଷ ଶୀତ ଆସିଲେ ହଜାର ହଜାର ମାଇଲ ଅତିକ୍ରମ କରି ଦେଶୀ ଓ ବିଦେଶୀ ପକ୍ଷୀମାନେ ଧାଇଁ ଆସିଥାନ୍ତି ଏଠାକୁ ।

ଆଉ ଏହି ପକ୍ଷୀଙ୍କ ସମାଗମକୁ ଦେଖି ଆକର୍ଷିତ ହୋଇଥାନ୍ତି ପର୍ଯ୍ୟଟକ ଏବଂ  ପରିବେଶବିତ୍ । ସାତଭାୟା, ରାଇପାଟିଆ, ଅଗରନାସୀ ଓ ହୁକିଟୋଲା ଭଳି ପ୍ରମୁଖ ଅଂଚଳରେ ପକ୍ଷୀ ମାନଙ୍କ ସମାଗମ ହୋଇଥାଏ । ୨୦୦୨ ମସିହାରେ ଭିତରକନିକା ରାମସାର ମାନ୍ୟତା ପାଇଥିବା ବେଳେ ଏହି ପକ୍ଷୀମାନଙ୍କ କିଚିରି ମିଚିରିରେ ଭିତରକନିକାର ସୌନ୍ଦଯର୍ୟ ଦିଗୁଣିତ ହୋଇଥାଏ ।

ଅନ୍ୟପଟେ ଭିତରକନିକାରେ ଦିନକୁ ଦିନ ପକ୍ଷୀ ମାନଙ୍କ ଆଗମନ କମୁଥିବାବେଳେ ଚଳିତ ବର୍ଷ ବି ପକ୍ଷୀଙ୍କ ସଂଖ୍ୟା କମ ରହିଥିବା କହିଛନ୍ତି ପରିବେଶବିତ  । ଭିତରକନିକା ଚତୁର୍ପାଶ ର୍ବରେ ଚିଙ୍ଗୁଡି ଘେରି ରହିବା ସହ ଆଖପାଖ ଅଂଚଳର ନାଳ, ପୋଖରୀ ଓ ଛୋଟ ଶାଖାନଦୀରୁ ମାଛ ଏବଂ ଖାଦ୍ୟ ଦିନକୁ ଦିନ  ହ୍ରାସ ପାଉଛି । ଯେଉଁଥିପାଇଁ ଭିତରକନିକାକୁ ପକ୍ଷୀ ମାନଙ୍କ ଆଗମନ କମୁଥିବା କହିଛନ୍ତି ପରିବେଶବିତ।  ତେବେ ପକ୍ଷୀମାନଙ୍କ ସୁରକ୍ଷା ସହ ଯେଭଳି ଖାଦ୍ୟାଭାବ ଦେଖାନଦିଏ, ସେଥିଲାଗି ବନ ବିଭାଗ ସଜାଗ ରହିଥିବା କହିଛି।

Related story