ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଜାନୁଆରୀ ୩ ତାରିଖରୁ ଏହା ବନ୍ଦ ରହିଥିଲା। ତେବେ ଆଜିଠାରୁ ଏହା ଖୋଲା ରହିବ। ପୂର୍ବଭଳି ସମସ୍ତ ନିୟମ ଲାଗୁ ହେବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଭିତରକନିକାରେ ଗତବର୍ଷ ଅପେକ୍ଷା ଏବର୍ଷ ଉଭୟ ବଉଳା କୁମ୍ଭୀର ଓ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।  ଗତବର୍ଷ ଏଠାରେ ୧୬ଶହ ୮୨ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତ ବର୍ଷ ୧୬ଟି ବୃଦ୍ଧି ପାଇ ଏହା ୧୬୯୮ରେ ପହଞ୍ଚିଛି। ରାଜନଗର, ମହାକାଳପଡ଼ା, ଭିତରକନିକା ଓ ଗହିରମଥା ରେଞ୍ଜରେ ୨୦ଟି ଟିମ୍ ଓ ୫୪ଟି ସେଗମେଣ୍ଟ ଗଠନ କରାଯାଇ କୁମ୍ଭୀର ଗଣନା କରାଯାଇଥିଲା।

ସେହିପରି ଗତ ୯ତାରିଖରେ ଗୋଟିଏ ଦିନ ପାଇଁ ବିଦେଶାଗତ ପକ୍ଷୀ ଗଣନା କରାଯାଇଥିଲା। ଏଥିପାଇଁ ୨୬ଟି ଟିମ୍ ଗଠନ କରାଯିବା ସହ ୩୮ଜଣ ଏକ୍ସପର୍ଟଙ୍କୁ ନିୟୋଜିତ କରାଯାଇଥିଲା। ଗତବର୍ଷ ଅପେକ୍ଷା ଏବର୍ଷ ୨ଟି ନୂଆ ପ୍ରଜାତିର ପକ୍ଷୀ ଓ ୩୬ ହଜାର ୬ଶହ ୬୯ଟି ଅଧିକ ପକ୍ଷୀ ଭିତରକନିକାରେ ଥିବା ଜଣାପଡ଼ିଛି। ଗତବର୍ଷ ପକ୍ଷୀ ସଂଖ୍ୟା ୭୬ ହଜାର ୨୬୮ ଥିବା ବେଳେ ଏବର୍ଷ ଏହା ୧ଲକ୍ଷ ୧୨ ହଜାର ୯୭୩ରେ ପହଞ୍ଚିଛି।

Ordigital Desk
• Published: Thursday, 11 January 2018
• Updated: 11 January 2018, 08:07 AM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଜାନୁଆରୀ ୩ ତାରିଖରୁ ଏହା ବନ୍ଦ ରହିଥିଲା। ତେବେ ଆଜିଠାରୁ ଏହା ଖୋଲା ରହିବ। ପୂର୍ବଭଳି ସମସ୍ତ ନିୟମ ଲାଗୁ ହେବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଭିତରକନିକାରେ ଗତବର୍ଷ ଅପେକ୍ଷା ଏବର୍ଷ ଉଭୟ ବଉଳା କୁମ୍ଭୀର ଓ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।  ଗତବର୍ଷ ଏଠାରେ ୧୬ଶହ ୮୨ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତ ବର୍ଷ ୧୬ଟି ବୃଦ୍ଧି ପାଇ ଏହା ୧୬୯୮ରେ ପହଞ୍ଚିଛି। ରାଜନଗର, ମହାକାଳପଡ଼ା, ଭିତରକନିକା ଓ ଗହିରମଥା ରେଞ୍ଜରେ ୨୦ଟି ଟିମ୍ ଓ ୫୪ଟି ସେଗମେଣ୍ଟ ଗଠନ କରାଯାଇ କୁମ୍ଭୀର ଗଣନା କରାଯାଇଥିଲା।

ସେହିପରି ଗତ ୯ତାରିଖରେ ଗୋଟିଏ ଦିନ ପାଇଁ ବିଦେଶାଗତ ପକ୍ଷୀ ଗଣନା କରାଯାଇଥିଲା। ଏଥିପାଇଁ ୨୬ଟି ଟିମ୍ ଗଠନ କରାଯିବା ସହ ୩୮ଜଣ ଏକ୍ସପର୍ଟଙ୍କୁ ନିୟୋଜିତ କରାଯାଇଥିଲା। ଗତବର୍ଷ ଅପେକ୍ଷା ଏବର୍ଷ ୨ଟି ନୂଆ ପ୍ରଜାତିର ପକ୍ଷୀ ଓ ୩୬ ହଜାର ୬ଶହ ୬୯ଟି ଅଧିକ ପକ୍ଷୀ ଭିତରକନିକାରେ ଥିବା ଜଣାପଡ଼ିଛି। ଗତବର୍ଷ ପକ୍ଷୀ ସଂଖ୍ୟା ୭୬ ହଜାର ୨୬୮ ଥିବା ବେଳେ ଏବର୍ଷ ଏହା ୧ଲକ୍ଷ ୧୨ ହଜାର ୯୭୩ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos