ଭୁବନେଶ୍ୱରରେ ‘ଭୋଗ’ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ‘ଭୋଗ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱରରର ୩ଟି ସ୍ଥାନରେ ଏହି ଭୋଗ(ବ୍ଲିସଫୁଲ୍ ହାଇଜେନିକ୍ ଅଫରିଙ୍ଗ୍ ଟୁ ଗଡ୍ ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଖାଦ୍ୟସାମଗ୍ରୀ ନିରାପତ୍ତା ଓ ରାସ୍ତାକଡ଼ ଖାଦ୍ୟସାମଗ୍ରୀର ଗୁଣାତ୍ମକ ମାନ ଯାଞ୍ଚକୁ ନେଇ ହୋଇଥିବା ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ବରମୁଣ୍ଡା କାଳୀମନ୍ଦିର, ଟଙ୍କପାଣିରୋଡସ୍ଥିତ ସାଇ ମନ୍ଦିର ଓ ବାଣୀବିହାରସ୍ଥିତ ଶନି ମନ୍ଦିରରେ […]

n-gvv

Tapas Behera
  • Published: Saturday, 04 January 2020
  • , Updated: 04 January 2020, 10:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ‘ଭୋଗ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱରରର ୩ଟି ସ୍ଥାନରେ ଏହି ଭୋଗ(ବ୍ଲିସଫୁଲ୍ ହାଇଜେନିକ୍ ଅଫରିଙ୍ଗ୍ ଟୁ ଗଡ୍ ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଖାଦ୍ୟସାମଗ୍ରୀ ନିରାପତ୍ତା ଓ ରାସ୍ତାକଡ଼ ଖାଦ୍ୟସାମଗ୍ରୀର ଗୁଣାତ୍ମକ ମାନ ଯାଞ୍ଚକୁ ନେଇ ହୋଇଥିବା ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି।

ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ବରମୁଣ୍ଡା କାଳୀମନ୍ଦିର, ଟଙ୍କପାଣିରୋଡସ୍ଥିତ ସାଇ ମନ୍ଦିର ଓ ବାଣୀବିହାରସ୍ଥିତ ଶନି ମନ୍ଦିରରେ ମିଳୁଥିବା ଠାକୁରଙ୍କ ପ୍ରସାଦ(ଭୋଗ) ପରିଷ୍କାର-ପରିଚ୍ଛନ୍ନ ଓ ଗୁଣାତ୍ମକ ମାନର ବୋଲି ରାଜ୍ୟ ଫୁଡ୍ ସେଫ୍ଟି କମିଶନରଙ୍କ ପକ୍ଷରୁ ସାର୍ଟିଫିକେଟ୍ ଦିଆଯାଇଛି।

ଆଗାମୀ ଦିନରେ ଭୁବନେଶ୍ୱରର ଅନ୍ୟ ମନ୍ଦିରଗୁଡ଼ିକରେ ଉପଲବ୍ଧ ହେଉଥିବା ପ୍ରସାଦ(ଭୋଗ)ର ପ୍ରସ୍ତୁତି ଓ ଗୁଣାତ୍ମକ ମାନ ଆଧାରରେ ଫୁଡ୍ ସେଫ୍ଟି କମିଶନରଙ୍କ ପକ୍ଷରୁ ସାର୍ଟିଫିକେଟ୍ ଦିଆଯିବାକୁ ଯୋଜନା ରହିଛି। ପରବର୍ତ୍ତୀ ସମୟରେ ବିଭିନ୍ନ ମହାନଗର ଓ ପୌରାଞ୍ଚଳରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି।

Related story