ଭୁଶୁଡିଗଲା କାନଝାରି ଡ୍ୟାମର କେନାଲ, ଶହଶହ ଏକର ଜମିରେ ଚରିଗଲା ବାଲି

କେନ୍ଦୁଝର:କେନ୍ଦୁଝର ସଦର ବ୍ଲକ କାନଝାରି ଡ୍ୟାମର ବାମ ପାର୍ଶ୍ୱ କେନାଲ ଭାଙ୍ଗିଯିବାରୁ ଶହ ଶହ ଧାନ କ୍ଷେତରେ ବାଲି ଓ ମାଟି ଚରିଯାଇଛି। ଫଳରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ମଇଦାନକେଲ, ରଘୁନାଥପୁର ଓ କଣ୍ଟିଆପଡ଼ା ପଞ୍ଚାୟତ ଅଞ୍ଚଳରେ ରୁଆ ବେଉଷଣ ସାରିଥିବା ବେଳେ ଚାଷୀଙ୍କର ଚିନ୍ତା ଏବେ ବଢ଼ିଯାଇଛି। ସଦର ବ୍ଲକର ରଘୁନାଥପୁର ନିକଟରେ କାନଝାରି ମଧ୍ୟମ ଜଳ ସେଚନ ପ୍ରକଳ୍ପ ରହିଛି। କେନ୍ଦୁଝର ସଦର ଓ ପାଟଣା ବ୍ଲକର ଅନେକ ପଞ୍ଚାୟତ ଅଞ୍ଚଳର ଜମିକୁ ଜଳ […]

kandujera

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 03:15 PM IST

କେନ୍ଦୁଝର:କେନ୍ଦୁଝର ସଦର ବ୍ଲକ କାନଝାରି ଡ୍ୟାମର ବାମ ପାର୍ଶ୍ୱ କେନାଲ ଭାଙ୍ଗିଯିବାରୁ ଶହ ଶହ ଧାନ କ୍ଷେତରେ ବାଲି ଓ ମାଟି ଚରିଯାଇଛି। ଫଳରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ମଇଦାନକେଲ, ରଘୁନାଥପୁର ଓ କଣ୍ଟିଆପଡ଼ା ପଞ୍ଚାୟତ ଅଞ୍ଚଳରେ ରୁଆ ବେଉଷଣ ସାରିଥିବା ବେଳେ ଚାଷୀଙ୍କର ଚିନ୍ତା ଏବେ ବଢ଼ିଯାଇଛି। ସଦର ବ୍ଲକର ରଘୁନାଥପୁର ନିକଟରେ କାନଝାରି ମଧ୍ୟମ ଜଳ ସେଚନ ପ୍ରକଳ୍ପ ରହିଛି। କେନ୍ଦୁଝର ସଦର ଓ ପାଟଣା ବ୍ଲକର ଅନେକ ପଞ୍ଚାୟତ ଅଞ୍ଚଳର ଜମିକୁ ଜଳ ସେଚିତ ପାଇଁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏସିଆନ  ଉନ୍ନୟନ ବ୍ୟାଙ୍କର ଆର୍ଥିକ ସହାୟତାରେ କେନାଲ ମରାମତି ଓ ପ୍ରଶସ୍ତି କରଣ ଚାଲିଥିଲା। କିନ୍ତୁ କେନାଲର ମରାମତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଥିଲା। କେନାଲ  ରାସ୍ତା ଭାଙ୍ଗିବାରୁ ଚାଷୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ଚାଷୀ ଭରତ ଚନ୍ଦ୍ର ନାଏକ କହିଛନ୍ତି,“ନିମ୍ନମାନର କାମ ହୋଇଥିବା ଯୋଗୁଁ କେନାଲ ଭାଙ୍ଗି ଯାଇଛି।ଏଥିଯୋଗୁଁ ମୋର ଚାରି ଏକର ଜମି ମାଟିରେ ପୋତି ହୋଇଯାଇଛି। ଫସଲ ଉଜୁଡି ଯାଇଛି। ସରକାର  ସହାୟତା ନ ଦେଲେ  ଆତ୍ମହତ୍ୟା କରିବା ଛଡ଼ା ଆଉ କୌଣସି ଉପାୟ ନାହିଁ।”

Related story