ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ରଥ ଟାଣିଲେ ଭକ୍ତ

ଭୁବନେଶ୍ୱର:  ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ବେଶ୍ ଉତ୍ସାହ ଉଦ୍ଦୀପନାର ସହ ମହାପ୍ରଭୁଙ୍କ ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏଥର ବି ବାଣୀବିହାରରେ ରଥଯାତ୍ରା ଆୟୋଜିତ ହୋଇଥିଲା । ବିଭିନ୍ନ ନୀତିକାନ୍ତି ସରିବା ପରେ ଅପରାହ୍ନରେ ୩ ଠାକୁରଙ୍କ ରଥକୁ ଟାଣିଥିଲେ ଶ୍ରଦ୍ଧାଳୁ। ସେହିପରି ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ମଧ୍ୟ ଆୟୋଜିତ ହୋଇଥିଲା ଶ୍ରୀଜୀଉଙ୍କ ରଥଯାତ୍ରା। ସକାଳୁ ସକାଳୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଏବଂ ରୀତିନୀତି ସରିବା ପରେ ଅପରାହ୍ନରେ […]

bhubanaswer

bhubanaswer

Rakesh Mallick
  • Published: Sunday, 19 July 2015
  • Updated: 19 July 2015, 04:15 AM IST

Sports

Latest News

ଭୁବନେଶ୍ୱର:  ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ବେଶ୍ ଉତ୍ସାହ ଉଦ୍ଦୀପନାର ସହ ମହାପ୍ରଭୁଙ୍କ ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏଥର ବି ବାଣୀବିହାରରେ ରଥଯାତ୍ରା ଆୟୋଜିତ ହୋଇଥିଲା । ବିଭିନ୍ନ ନୀତିକାନ୍ତି ସରିବା ପରେ ଅପରାହ୍ନରେ ୩ ଠାକୁରଙ୍କ ରଥକୁ ଟାଣିଥିଲେ ଶ୍ରଦ୍ଧାଳୁ। ସେହିପରି ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ମଧ୍ୟ ଆୟୋଜିତ ହୋଇଥିଲା ଶ୍ରୀଜୀଉଙ୍କ ରଥଯାତ୍ରା। ସକାଳୁ ସକାଳୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଏବଂ ରୀତିନୀତି ସରିବା ପରେ ଅପରାହ୍ନରେ ରଥଟଣା ହୋଇଥିଲା।ସେହିପରି ହରିଦାସପୁରରେ ମଧ୍ୟରେ ରଥଯାତ୍ରା ଆୟୋଜିତ ହୋଇଥିଲା। ଶଙ୍ଖ, ଘଣ୍ଟଘଣ୍ଟା ଏବଂ ହରିବୋଲ ଧ୍ୱନୀ ଦେଇ ତିନି ଠାକୁରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ ସ୍ଥାନୀୟ ଗ୍ରାମବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos