୩୪ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଘରେ ବନ୍ଦ କରିବା ମାମଲା, ଜିଲ୍ଲା ଶିକ୍ଷାଧିକାରୀଙ୍କ ତନାଘନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏକ ଘରୋଇ ସ୍କୁଲରେ ବକେୟା ଫି ଦେଇ ନ ଥିବା ୩୪ ଛାତ୍ରଛାତ୍ରୀଙ୍କୁ ବନ୍ଦୀ ରଖିବା ଘଟଣାରେ ଶିକ୍ଷା ବିଭାଗର ତନାଘନା। ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ତରାଇ ଏବଂ ମଣ୍ଡଳ ଶିକ୍ଷାଧିକାରୀ ପ୍ରଜ୍ଞା ପରମିତା ଜେନା ସଂପୃକ୍ତ ସ୍କୁଲରେ ପହଞ୍ଚି ନିର୍ଯାତନାର ଶିକାର ଛାତ୍ରଛାତ୍ରୀ, ଅଭିଯୋଗ ଆଣିଥିବା ସେମାନଙ୍କ ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଛନ୍ତି। ତଦନ୍ତ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ […]

school

school

Niranjan Mishra
  • Published: Wednesday, 24 August 2022
  • Updated: 24 August 2022, 05:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏକ ଘରୋଇ ସ୍କୁଲରେ ବକେୟା ଫି ଦେଇ ନ ଥିବା ୩୪ ଛାତ୍ରଛାତ୍ରୀଙ୍କୁ ବନ୍ଦୀ ରଖିବା ଘଟଣାରେ ଶିକ୍ଷା ବିଭାଗର ତନାଘନା। ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ତରାଇ ଏବଂ ମଣ୍ଡଳ ଶିକ୍ଷାଧିକାରୀ ପ୍ରଜ୍ଞା ପରମିତା ଜେନା ସଂପୃକ୍ତ ସ୍କୁଲରେ ପହଞ୍ଚି ନିର୍ଯାତନାର ଶିକାର ଛାତ୍ରଛାତ୍ରୀ, ଅଭିଯୋଗ ଆଣିଥିବା ସେମାନଙ୍କ ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଛନ୍ତି। ତଦନ୍ତ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ତରାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତଦନ୍ତ ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ କାର୍ଯ୍ୟରତ ଶିକ୍ଷକଙ୍କ ଯୋଗ୍ୟତା ଓ ସଂଖ୍ୟା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା, ବକେୟା ସ୍କୁଲ ଫି’,  ଷ୍ଟାଫ୍  ସଂଖ୍ୟା ଆଦିର ଉପଯୁକ୍ତ ତଥ୍ୟ ନେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ହେଲେ ଏ ସମ୍ପର୍କିତ ସଠିକ୍ ତଥ୍ୟ ଉପସ୍ଥାପିତ କରିବାରେ ସ୍କୁଲ କର୍ତ୍ତୃପକ୍ଷ ଫେଲ ମାରିଥିବା କହିଛନ୍ତି ଅଭିଭାବକ ମହାସଂଘ ଉପ ଅଧିକ୍ଷକ ଭୂମୋହନ ପଟ୍ଟନାୟକ।

ସେପଟେ ଏହି ଘଟଣା ନେଇ ରାଜ୍ୟ ଶିଶୁ ଅଧିକାର କମିଶରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ଏହି ଅଭିଯୋଗ ସର୍ବ ଭାରତୀୟ ଅଭିଭାବକ ସଙ୍ଘ ତରଫରୁ ରାଜ୍ୟ ସଭାପତି ତଥା ବିଶିଷ୍ଟ ମାନବିକ ଅଧିକାର କର୍ମୀ ପ୍ରଦୀପ୍ତ ନାୟକ ଫାଇଲ କରିଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଗିରଫ କରିବା, ସ୍କୁଲର ଅନୁବନ୍ଧନକୁ ବରଖାସ୍ତ କରି ସେହି ସ୍କୁଲକୁ ତୁରନ୍ତ ବନ୍ଦ କରିବାକୁ ନିବେଦନ କରିଛନ୍ତି ଶ୍ରୀ ନାୟକ।

ସୂଚନା ଥାଉକି, ଗତ ସୋମବାର ଦିନ ବକେୟା ସ୍କୁଲ ଫି ଦେଇ ନ ଥିବାରୁ ତୃତୀୟ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ୩୪ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଏକ ରୁମରେ ୫ ଘଣ୍ଟା ବନ୍ଦୀ କରିଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ। ଏନେଇ ଅଭିଭାବକମାନେ ଏତଲା ଦେବା ପରେ ଭାରତପୁର ଥାନାରେ ମାମଲା ରୁଜୁ ହୋଇଛି। ସ୍କୁଲ ସିଇଓଙ୍କୁ ଥାନାରେ ଆସି ହାଜର ହେବାକୁ ପୁଲିସ ପକ୍ଷରୁ ନୋଟିସ ହୋଇଛି।

ତେବେ ଏହି ଘଟଣା ନେଇ ସ୍କୁଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story