ନାଲି ପତାକା ଦେଖି ଅଟକିଲା ଏକ୍ସପ୍ରେସ୍‌ ଟ୍ରେନ୍‌, ଟଳିଗଲା ବଡ଼ ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌। ମଞ୍ଚେଶ୍ୱର ଲେଭଲକ୍ରସିଂର ଗେଟ୍‌ମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଆଜି ଏହି ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଛି। ଯାହାଫଳରେ ଶତାଧିକ ଯାତ୍ରୀ ଓ ମଇଁଷିଙ୍କ ଜୀବନ ବର୍ତ୍ତି ଯାଇଛି। ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନ୍‌ ଛାଡ଼ି ଥିଲା। ସିଗ୍‌ନାଲ ମିଳିବା ପରେ ଟ୍ରେନଟି ଦ୍ରୁତ ଗତିରେ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ଏକ ମଇଁଷି ପଲ ହଠାତ୍‌ ଟ୍ରେନ୍‌ ଲାଇନ୍‌ ଉପରକୁ ଚାଲି […]

train

Manoranjan Sial
  • Published: Saturday, 16 November 2019
  • , Updated: 16 November 2019, 06:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌। ମଞ୍ଚେଶ୍ୱର ଲେଭଲକ୍ରସିଂର ଗେଟ୍‌ମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଆଜି ଏହି ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଛି। ଯାହାଫଳରେ ଶତାଧିକ ଯାତ୍ରୀ ଓ ମଇଁଷିଙ୍କ ଜୀବନ ବର୍ତ୍ତି ଯାଇଛି।

ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନ୍‌ ଛାଡ଼ି ଥିଲା। ସିଗ୍‌ନାଲ ମିଳିବା ପରେ ଟ୍ରେନଟି ଦ୍ରୁତ ଗତିରେ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ଏକ ମଇଁଷି ପଲ ହଠାତ୍‌ ଟ୍ରେନ୍‌ ଲାଇନ୍‌ ଉପରକୁ ଚାଲି ଆସିଥିଲେ। ଏହା ଦେଖି ମଞ୍ଚେଶ୍ୱର ଲେଭଲ୍‌ କ୍ରସିଂର ଗେଟ୍‌ମ୍ୟାନ୍‌ ଟ୍ରାନ୍‌ଙ୍କ ବୁଦ୍ଧି ଗୁଡ଼ୁମ ହୋଇ ଯାଇଥିଲା। କିଛି ଉପାୟ ନପାଇ ଟ୍ରାକ୍‌ ଉପରେ ନାଲି କନା ଟାଙ୍ଗି ଦେଇଥିଲେ। ଯେଉଁଥିପାଇଁ ଦ୍ରୁତ ଗତିରେ ଆସୁଥିବା ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ ଅଟକିଥିଲା। ବର୍ତ୍ତିଯାଇଥିଲା ଏକ ବଡ଼ ଦୁର୍ଘଟଣା।

Related story