ଭୁବନେଶ୍ୱର: ବନ୍ଦ ଘରୁ ୪ ବର୍ଷର ଶିଶୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା କଳାରାହାଙ୍ଗ ଅଞ୍ଚଳରେ ଏକ ବନ୍ଦ ଘରୁ ଏକ ୪ବର୍ଷର ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ୬ ମାସ ଧରି ଶିଶୁଟିର ମା’ ତାକୁ ଗୋଟେ ଘରେ ବନ୍ଦ କରି ବାହାର ପଟୁ ତାଲା ପକାଇ ପଳାଉଥିବା ଅଭିଯୋଗ ହୋଇଛି। ବନ୍ଦ ଘରୁ ଶିଶୁଟିକୁ ଉଦ୍ଧାର କରିବା ପାଇଁ ରୁଚିକା ଚାଇଲ୍ଡ ଲାଇନକୁ ଖବର ଦିଆଯାଇଥିଲା। ଖବର ପାଇ ରୁଚିକା ଚାଇଲ୍ଡ ଲାଇନ୍ ଓ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଡିଏମଙ୍କ […]

CHILD resued at mancheswar

Rakesh Mallick
  • Published: Monday, 12 October 2015
  • , Updated: 12 October 2015, 02:38 PM IST

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା କଳାରାହାଙ୍ଗ ଅଞ୍ଚଳରେ ଏକ ବନ୍ଦ ଘରୁ ଏକ ୪ବର୍ଷର ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ୬ ମାସ ଧରି ଶିଶୁଟିର ମା’ ତାକୁ ଗୋଟେ ଘରେ ବନ୍ଦ କରି ବାହାର ପଟୁ ତାଲା ପକାଇ ପଳାଉଥିବା ଅଭିଯୋଗ ହୋଇଛି। ବନ୍ଦ ଘରୁ ଶିଶୁଟିକୁ ଉଦ୍ଧାର କରିବା ପାଇଁ ରୁଚିକା ଚାଇଲ୍ଡ ଲାଇନକୁ ଖବର ଦିଆଯାଇଥିଲା। ଖବର ପାଇ ରୁଚିକା ଚାଇଲ୍ଡ ଲାଇନ୍ ଓ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଡିଏମଙ୍କ ପରାମର୍ଶ ନେଇ ଶିଶୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ଏବେ ତାକୁ ରୁଚିକା ଚାଇଲ୍ଡ ଲାଇନରେ ରଖାଯାଇଛି। ତେବେ ସେ ଭୟଭୀତ ଅବସ୍ଥାରେ ରହିଛି। ସ୍ୱାଭାବିକ ଅବସ୍ଥାକୁ ଆସିଲେ ତାକୁ ସିଡବ୍ଲୁସିକୁ ନିଆଯିବ। ତା’ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସିଡବ୍ଲୁସି ସଦସ୍ୟ ବେଣୁଧର ଦାସ କହିଛନ୍ତି।

ଶିଶୁ କନ୍ୟାକୁ ଘରେ ତାଲା ପକାଇ କାମକୁ ଯାଉଥିବା ସଂପୃକ୍ତ ମହିଳାଙ୍କୁ ଚାଇଲ୍ଡ ଲାଇନ୍ ତରଫରୁ ଯୋଗାଯୋଗ କରାଯାଇଥିଲା। ତେବେ ସେ ଯାଇପାରିବେ ନାହିଁ ବୋଲି ଫୋନ୍ ଯୋଗେ କହିଥିଲେ। ଏହି ମହିଳା ଜଣଙ୍କ ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣାପଡିଛି। ତେବେ ପ୍ରଶ୍ନ ଉଠୁଛି କେଉଁ ପରିସ୍ଥିତିରେ ମାଆ ନିଜର ଶିଶୁ କନ୍ୟାକୁ ଘରେ ଏମିତି ଚାଲା ପକାଉଥିଲେ? ଏପରି କରିବା ପଛରେ କଣ କାରଣ ଥାଇପାରେ?

ମହିଳା ଜଣଙ୍କ ତାଙ୍କ ଘରେ ବର୍ଷେ ହେବ ଭଡ଼ାର ରହୁଥିବା ମାଲିକ କହିଛନ୍ତି। ୬ ମାସ ହେବ ସେ ଶିଶୁଟିକୁ ଏକୁଟିଆ ଏମିତି ବନ୍ଦ କରି କାମକୁ ଯାଉଥିବା ସେ ସୂଚନା ଦେଇଛନ୍ତି।

Related story