ବିଦେଶ ଯିବାକୁ ଲାଞ୍ଚ ମାଗିଥିଲେ; ପଡ଼ିଗଲେ ସିବିଆଇ ଜାଲରେ

Ordigital Desk
  • Published: Saturday, 09 December 2017
  • , Updated: 09 December 2017, 10:19 AM IST
<p>ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବିଦେଶ ଗସ୍ତ ସ୍ୱପ୍ନ। ବିଦେଶ ଯିବା ପାଇଁ ଲାଞ୍ଚ ମାଗି ଫସିଲେ ସରକାରୀ ବାବୁ। ଏନଟିପିସିର ବିତ୍ତ ନିର୍ଦ୍ଦେଶକ କୁଳମଣି ବିଶ୍ୱାଳଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ। ଏକ ଘରୋଇ କମ୍ପାନୀଙ୍କୁ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ କୁଳମଣି। ନିଜ ପରିବାର ସହ ବିଦେଶ ଗସ୍ତ ପାଇଁ &nbsp;ସେ ଏହି ଟଙ୍କା ମାଗିଥିବା ସିବିଆଇ ପକ୍ଷରୁ କୁହାଯାଇଛି।&nbsp; &nbsp;ଉକ୍ତ କମ୍ପାନିର ନିର୍ଦ୍ଦେଶକ ରୋହିତ ରେଡ୍ଡି ଏବଂ ସହଯୋଗୀ&nbsp; ପ୍ରଭାତ କୁମାରଙ୍କ ନାଁରେ ବି ମାମଲା ରୁଜୁ କରାଯାଇଛି।</p> <p>କୁଳମଣି ପତ୍ନୀ ଏବଂ ଝିଅଙ୍କ ସହ ବିଦେଶ ଯିବାକୁ ବିଜିଆର ମାଇନିଂ ଆଣ୍ଡ ଇନଫ୍ରା କମ୍ପାନୀ ନିର୍ଦ୍ଦେଶକଙ୍କୁ ଟଙ୍କା ମାଗିଥିଲେ। ପ୍ରଭାତ ଏହି ଟଙ୍କା ଦିଲ୍ଲୀର ଏସିଆନ୍ ଭିଲେଜ କମ୍ପ୍ଲେକ୍ସ ସ୍ଥିତ କୁଳମଣିଙ୍କ ବାସଭବନରେ ପହଞ୍ଚାଇଥାନ୍ତେ। ସେ ଏହି ଡିଲରେ ମଧ୍ୟସ୍ଥି ସାଜିଥିଲେ। କୁଳମଣି ବିଶ୍ୱାଳଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ଓ ସରକାରୀ ପଦର ଅପବ୍ୟବହାର ଆଦି ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଆଇପିସିର ଧାରା ୧୨୦(ବି), ପିସିଆର ଧାରା ୧୧ ଏବଂ ୧୨ ଆଧାରରେ ମାମଲା ଦାଏର କରିଛି ସିବିଆଇ।</p>

Related story