ନୂଆ ଡିସିପିଙ୍କ ଆକ୍‌ସନ୍‌ ପ୍ଲାନ୍‌, ଅମାନିଆ ହେବେ ସାବାଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି ନବନିଯୁକ୍ତ ଡିସିପି। ସର୍ବସାଧାରଣଙ୍କ ପାଇଁ ହ୍ୱାଟ୍ସଆପ୍‌ ନମ୍ବର ଜାରି କରିଛନ୍ତି। କେହି କୋଭିଡ୍‌ କଟକଣା ଉଲ୍ଲଂଘନ କରୁଥିଲେ ହ୍ୱାଟ୍ସଆପ୍‌ ନମ୍ବର- ୭୪୪୦୦୦୬୭୦୯ରେ ଜଣାଇ ପାରିବେ। ଦରକାର ପଡ଼ିଲେ ଉଲ୍ଲଙ୍ଘନକାରୀଙ୍କ ଭିଡିଓ, ଟେକ୍ସଟ ଓ ଫଟୋ ପଠାଇବାକୁ ଡିସିପି ଉମାଶଙ୍କର ଦାଶ କହିଛନ୍ତି। ମହାମାରୀ କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉପାୟ ଆପଣାଇଛନ୍ତି। ମାସ୍କ ପିନ୍ଧିବା […]

6nm1

Manoranjan Sial
  • Published: Saturday, 01 August 2020
  • , Updated: 01 August 2020, 06:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି ନବନିଯୁକ୍ତ ଡିସିପି। ସର୍ବସାଧାରଣଙ୍କ ପାଇଁ ହ୍ୱାଟ୍ସଆପ୍‌ ନମ୍ବର ଜାରି କରିଛନ୍ତି। କେହି କୋଭିଡ୍‌ କଟକଣା ଉଲ୍ଲଂଘନ କରୁଥିଲେ ହ୍ୱାଟ୍ସଆପ୍‌ ନମ୍ବର- ୭୪୪୦୦୦୬୭୦୯ରେ ଜଣାଇ ପାରିବେ। ଦରକାର ପଡ଼ିଲେ ଉଲ୍ଲଙ୍ଘନକାରୀଙ୍କ ଭିଡିଓ, ଟେକ୍ସଟ ଓ ଫଟୋ ପଠାଇବାକୁ ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ମହାମାରୀ କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉପାୟ ଆପଣାଇଛନ୍ତି। ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ରାଜଧାନୀର କେତେକ ଅମାନିଆ ଏହାକୁ ମାନୁ ନାହାନ୍ତି। ଯେଉଁଥିପାଇଁ କରୋନା ଭୟଙ୍କର ରୂପ ଧାରଣ କରୁଛି। ରୋଗ ବ୍ୟାପିବାରେ ଲାଗିଛି। କରୋନା ବିରୋଧରେ ଲଢ଼ିବାକୁ ହେଲେ ପ୍ରଥମେ ଅମାନିଆଙ୍କୁ ସାବାଡ଼ କରିବାକୁ ପଡ଼ିବ। ସେଥିପାଇଁ ଭୁବନେଶ୍ୱର ଡିସିପି ଆଜି ହ୍ୱାଟ୍ସଆପ୍‌ ଜାରି କରିଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨୭୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୩୩ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୧୨୮୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story