ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀର ଦୁଇ ଦୁଇଟି ନକଲି ଗୁଟଖା କାରଖାନା ଉପରେ ଚଢାଉ କରିଛି କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ୍। ଗୋଟିଏ ୟୁନିଟ ୩ ଅଞ୍ଚଳରେ ଥିବା ଲେପର୍ସି କଲୋନୀରେ ଚାଲିଥିବା ବେଳେ ଅନ୍ୟଟି ଚାଲିଥିଲା ଘାଟିକିଆ ଅଞ୍ଚଳରେ । କୁଇକ ଆକ୍ସନ ଟିମ୍ ଏବଂ ଖାରବେଳ ନଗର ପୋଲିସ ମିଳିତ ଭାବେ ଏହି ଚଢାଉ କରିଥିଲେ । ଲେପର୍ସି କଲୋନୀରେ ଥିବା ନକଲି ଗୁଟଖା କାରଖାନରୁ ବିପୁଳ ପରିମାଣର ଗୁଟଖା, କଞ୍ଚାମାଲ, ପ୍ୟାକେଜିଂ ମ୍ୟାଟେରିଆଲ ଓ ଦୁଇଟି ମେସିନ ଜବତ କରାଯିବା ସହ ୯ ଜଣ ଶ୍ରମିକଙ୍କୁ ଗିରଫ କରାଯାଇଛି । ସେହିଭଳି ଘାଟିକିଆରେ ମଧ୍ୟ ନକଲି ଗୁଟଖା ଓ କଞ୍ଚାମାଲ, ଦୁଇଟି ମେସିନ ଜବତ କରିବା ସହ ୧୬ ଜଣଙ୍କୁ ଗିରଫ କରାଯାଇଛି । ଏହି ସବୁ ଶ୍ରମିକ ଉତ୍ତରପ୍ରଦେଶ ଅଞ୍ଚଳର ହୋଇଥିବାବେଳେ ଦୀର୍ଘଦିନ ଧରି ଏଠାରେ କାମ କରୁଥିଲେ । ତେବେ ଜଣେ ଠିକାଦାର ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ ବୋଲି ସେମାନେ କହିଛନ୍ତି । ପୋଲିସର ଚଢାଉ ପରେ ଠିକାଦାର ଫେରାର ହୋଇଯାଇଛି । ପୋଲିସ ଏବେ ଠିକାଦାର ଏବଂ ମାଲିକକୁ ଖୋଜୁ ଥିବା କହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆମ୍ବ ଟାକୁଆ ଖାଇବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Miscellaneous
ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହାରି ଭିତରେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
Miscellaneous
ବାବା କେଟିଏମ୍ ବାଇକ୍ରେ ଝିଅ ଧରି ବୁଲୁଥିଲେ...
ଯୁବତୀ ଜଣକ ଆହୁରି କହିଛନ୍ତି, ବିଜ୍ଞାନ ଯୁଗରେ ଲୋକମାନେ ନାନା ସମସ୍ୟା ନେଇ ବାବାଙ୍କ ପାଖକୁ ଯାଉଥିବା ଦେଖିବାକୁ ପାଇଥିଲି। ଯେଉଁ ମହିଳାଙ୍କର ପିଲା ଛୁଆ ହେଉନଥିଲା ବା ଯାହାକୁ କ୍ୟାନସର ପରି ଦୋରାରୋଗ ହୋଇଥିଲା, ସେମାନେ ବାବାଙ୍କ ପାଖକୁ ଯାଉଥିଲେ।