ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଆରମ୍ଭ ହେଲା ସାଂସଦଙ୍କ ଜନ ଅଭିଯୋଗ ଶୁଣାଣି। ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ତାଙ୍କ ସଂସଦୀୟ କାର୍ଯ୍ୟାଳୟରେ ଜନସାଧାରଣଙ୍କ ସମସ୍ୟା ଏବଂ ଅଭିଯୋଗ ଶୁଣିଛନ୍ତି। ସେସବୁ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ପ୍ରୟାସ କରିଛନ୍ତି ସାଂସଦ।
ଆଗାମୀ ଦିନରେ ଏହି ଜନ ଅଭିଯୋଗ ଶୁଣାଣି ନିୟମିତ ଭାବେ ଜାରି ରହିବ ବୋଲି କହିଛନ୍ତି ଅପରାଜିତା। କରୋନା କଟକଣା ଯୋଗୁଁ ଗତ କିଛି ଦିନ ଧରି ଅପରାଜିତା ଷଡ଼ଙ୍ଗୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ଥିଲା।
କୋଭିଡ୍ ଆଇନ୍ କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ଗତବର୍ଷ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମ୍ସି ସିଲ କରିଥିଲା। ଏହା ପରେ ଅପରାଜିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ଅଫିସ ସିଲ୍ ହେବା ପରେ ସାଂସଦ ଷଡଙ୍ଗୀ ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ମକଦ୍ଦମା ଧମକ ଦେବା ପରେ ସପ୍ତାହକ ପରେ ଅପରାଜିତାଙ୍କ ଅଫିସ୍ ଖୋଲିଥିଲା ବିଏମ୍ସି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।