କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର। ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲେ। ଏବେ ଏହି ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ପ୍ରତ୍ୟାହାର କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘୋଷଣା କରାଯାଇଛି।  କଣ୍ଟେନମେଣ୍ଟ ଜୋନ୍ ଉଠିଥିଲେ ମଧ୍ୟ ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଆସନ୍ତା ୭ ଦିନ ଯାଏଁ ରହିବ। ଏସବୁ ଅଞ୍ଚଳକୁ ଆକ୍ଟିଭ  ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ […]

bbsr

bbsr

Manoranjan Sial
  • Published: Wednesday, 22 April 2020
  • Updated: 22 April 2020, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର। ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲେ। ଏବେ ଏହି ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ପ୍ରତ୍ୟାହାର କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘୋଷଣା କରାଯାଇଛି।  କଣ୍ଟେନମେଣ୍ଟ ଜୋନ୍ ଉଠିଥିଲେ ମଧ୍ୟ ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଆସନ୍ତା ୭ ଦିନ ଯାଏଁ ରହିବ। ଏସବୁ ଅଞ୍ଚଳକୁ ଆକ୍ଟିଭ  ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଯଦୁପୁର ଓ ସୁନ୍ଦରପଦାରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କରାଯାଇଥିଲା।

ଏସବୁ ଅଞ୍ଚଳରେ ‘କରୋନା’ ପଜିଟିଭ୍ ଆସିବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଫଳରେ ଏହି ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଆବଦ୍ଧ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବିଏମ୍‌ସି ପକ୍ଷରୁ ଅଥ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। କଣ୍ଟେନମେଣ୍ଟ ଉଠିଥିଲେ ବି ଲକ୍ ଡାଉନ୍ ଜାରି ରହିବ ବୋଲି କହିଲେ ବିଏମ୍‌ସି କମିଶନର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos