ଦିବ୍ୟାଙ୍ଗ ହେଲେ ବି ସେମାନେ ସକ୍ଷମ, ଖୋଲିଛନ୍ତି ସ୍ନାକ୍ସ ଓ ଟିଫିନ କାଉଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଶିଖିଲେ ଜାଣିବା, ଜାଣିଲେ ଜିଣିବା।” ଏହି ମନ୍ତ୍ରକୁ ଅକ୍ଷରେ ଅକ୍ଷରେ ସାକାର କରିଛନ୍ତ ଦିବ୍ୟାଙ୍ଗ। କେବଳ ପ୍ରଶିକ୍ଷଣ ନୁହେଁ, ଦି’ ପଇସା ରୋଜଗାରର ବାଟ ମଧ୍ୟ ପାଇଛନ୍ତି। ଖାଦ୍ୟ ପ୍ରସ୍ତୁତି, ରଙ୍ଗୀନ ଦୀପ ନିର୍ମାଣରେ ଏମାନେ ଏତେ ଦକ୍ଷ ଯେ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି। ଭୁବନେଶ୍ୱର ଓପନ୍ ଲର୍ଣ୍ଣିଂ ସିଷ୍ଟମ୍‌ରେ ଲର୍ଣ୍ଣିଂ ଆଣ୍ଡ ଲର୍ଣ୍ଣିଂ କ୍ୟାମ୍ପସରେ ତୃପ୍ତି ନାଁରେ ଏକ ସ୍ନାକ୍ସ ଓ ଟିଫିନ କାଉଣ୍ଟର ରହିଛି। ଏଠାରେ ଦିବ୍ୟାଙ୍ଗଙ୍କୁ ପ୍ରଶିକ୍ଷଣ ଦିଆଯାଇ […]

art

Manoranjan Sial
  • Published: Friday, 18 October 2019
  • , Updated: 18 October 2019, 10:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଶିଖିଲେ ଜାଣିବା, ଜାଣିଲେ ଜିଣିବା।” ଏହି ମନ୍ତ୍ରକୁ ଅକ୍ଷରେ ଅକ୍ଷରେ ସାକାର କରିଛନ୍ତ ଦିବ୍ୟାଙ୍ଗ। କେବଳ ପ୍ରଶିକ୍ଷଣ ନୁହେଁ, ଦି’ ପଇସା ରୋଜଗାରର ବାଟ ମଧ୍ୟ ପାଇଛନ୍ତି। ଖାଦ୍ୟ ପ୍ରସ୍ତୁତି, ରଙ୍ଗୀନ ଦୀପ ନିର୍ମାଣରେ ଏମାନେ ଏତେ ଦକ୍ଷ ଯେ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି।

ଭୁବନେଶ୍ୱର ଓପନ୍ ଲର୍ଣ୍ଣିଂ ସିଷ୍ଟମ୍‌ରେ ଲର୍ଣ୍ଣିଂ ଆଣ୍ଡ ଲର୍ଣ୍ଣିଂ କ୍ୟାମ୍ପସରେ ତୃପ୍ତି ନାଁରେ ଏକ ସ୍ନାକ୍ସ ଓ ଟିଫିନ କାଉଣ୍ଟର ରହିଛି। ଏଠାରେ ଦିବ୍ୟାଙ୍ଗଙ୍କୁ ପ୍ରଶିକ୍ଷଣ ଦିଆଯାଇ ରୋଜଗାରର ପନ୍ଥା ଶିଖାଯାଉଛି। ଏମାନେ ଦିବ୍ୟାଙ୍ଗ ହେଲେବି ସୁରୁଖୁରୁ ସବୁ କାମ ମନ ଲଗାଇ କରୁଛନ୍ତି। କିଏ ହାତରେ ଦୀପରେ ରଙ୍ଗ ଦେଉଛି ତ ଆଉ କିଏ ହୋଟେଲରେ ଖାଦ୍ୟ ପରଷୁଛି। ଏମିତିକି ବିସ୍କୁଟ ଓ ପାଉଁରୁଟି ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ପ୍ୟାକିଂ ପର୍ଯ୍ୟନ୍ତ ସବୁ କିଛି କରୁଛନ୍ତି ଏହି ଦିବ୍ୟାଙ୍ଗମାନେ। ଆଗକୁ ଦୀପାବଳି ଥିବାରୁ ଦୀପ ପ୍ରସ୍ତୁତିରେ ମଧ୍ୟ ଲାଗି ପଡ଼ିଛନ୍ତି। କେବଳ ବିକ୍ରିବଟା ନୁହେଁ, ନିଜେ ପ୍ରସ୍ତୁତ କରିଥିବା ସାମଗ୍ରୀ କାଉଣ୍ଟରକୁ ବୋହି ନେଉଛନ୍ତି।

ଲର୍ଣ୍ଣିଂ ଆଣ୍ଡ ୟର୍ଣ୍ଣିଂ। ଏହି ମୋଟୋକୁ ନେଇ ଦିବ୍ୟାଙ୍ଗଙ୍କୁ ପ୍ରଶିକ୍ଷିତ କରୁଛି ଓପନ୍ ଲର୍ଣ୍ଣିଂ ସିଷ୍ଟମ। ଏଠାରେ ଲବ୍ଧ ଜ୍ଞାନକୁ ବ୍ୟବହାର କରି ଦି’ ପଇସା ରୋଜଗାର କଲେ ଦିବ୍ୟାଙ୍ଗମାନେ ଆତ୍ମସମ୍ମାନର ସହ ବଞ୍ଚିବା ସହ ସମାଜ ପାଇଁ ପ୍ରେରଣା ହୋଇପାରିବେ ବୋଲି କହିଛନ୍ତି ଅନୁଷ୍ଠାନର ଉଦ୍ୟୋକ୍ତା କସ୍ତୁରୀ ମହାପାତ୍ର।


https://youtu.be/HuK8dPdWVEY

Related story