ଉଡିବାର ସ୍ୱପ୍ନ ଦେଖାଇ ବୁଡ଼ାଇ ଦେଲେ; ରାଜଧାନୀର କିଏ ସେହି ବଣ୍ଟି ଔର ବବଲି

ଭୁବନେଶ୍ୱର: ବିମାନ ବନ୍ଦରରେ ଚାକିରି ଦେବା ନାଁରେ ଠକେଇ। ପିଲାଙ୍କ ପଇସାରେ ଦାମି ଗାଡି କିଣିବା ସହ କଶ୍ମୀର ଭ୍ରମଣ କରୁଥିଲେ। ଏମିତି ଦୁଇଜଣ ବଣ୍ଟି ଔର ବବଲିଙ୍କୁ ଆଜି ଗିରଫ କରିଛି କମିଶନରେଟ ପୋଲିସ। ସେମାନେ ହେଲେ ଅମୀସ ତ୍ରିପାଠୀ ଓ ବାନ୍ଧବୀ ରଶ୍ମିତା ବରାଳ। ଏମାନେ ପର ପଇସାରେ ଅୟସ୍‌ କରୁଥିଲେ। ଆକାଶରେ ଉଡିବାର ସ୍ୱପ୍ନ ଦେଖାଇ ଅମୀସ ଓ ରଶ୍ମିତା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଇନଷ୍ଟିଚ୍ୟୁଟ୍‌ ଅଫ୍ ଆଭିଏସନ ଆଣ୍ଡ ହସ୍ପିଟାଲିଟି ଖୋଲିଥିଲେ। […]

crime

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 10:57 PM IST

ଭୁବନେଶ୍ୱର: ବିମାନ ବନ୍ଦରରେ ଚାକିରି ଦେବା ନାଁରେ ଠକେଇ। ପିଲାଙ୍କ ପଇସାରେ ଦାମି ଗାଡି କିଣିବା ସହ କଶ୍ମୀର ଭ୍ରମଣ କରୁଥିଲେ। ଏମିତି ଦୁଇଜଣ ବଣ୍ଟି ଔର ବବଲିଙ୍କୁ ଆଜି ଗିରଫ କରିଛି କମିଶନରେଟ ପୋଲିସ। ସେମାନେ ହେଲେ ଅମୀସ ତ୍ରିପାଠୀ ଓ ବାନ୍ଧବୀ ରଶ୍ମିତା ବରାଳ। ଏମାନେ ପର ପଇସାରେ ଅୟସ୍‌ କରୁଥିଲେ।

ଆକାଶରେ ଉଡିବାର ସ୍ୱପ୍ନ ଦେଖାଇ ଅମୀସ ଓ ରଶ୍ମିତା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଇନଷ୍ଟିଚ୍ୟୁଟ୍‌ ଅଫ୍ ଆଭିଏସନ ଆଣ୍ଡ ହସ୍ପିଟାଲିଟି ଖୋଲିଥିଲେ। ଏଥିପାଇଁ ୬ ମାସର କୋର୍ସ ମଧ୍ୟ ରହିଥିଲେ। ଏଠାରେ ପାଠ ପଢ଼ିଲେ ନିଶ୍ଟିତ ଚାକିରି ମିଳିବ। ନ ହେଲେ ପଇସା ଫେରସ୍ତର ଗ୍ୟାରେଣ୍ଟି ମଧ୍ୟ ଦେଇଥିଲେ। ଏବେ ଜଣାପଡ଼ିଛି ଏହି ଇନ୍‌ଷ୍ଟିଚ୍ୟୁଟ୍‌ ଫେକ୍‌। ଏହାର ରେଜିଷ୍ଟ୍ରେସନ୍‌ ନାହିଁ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଫ୍ଲାଟ୍‌ ଓ କାର ଜବତ କରିବ ବୋଲି ଜଣାପଡ଼ିଛି।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“ଇନ୍‌ଷ୍ଟିଚ୍ୟୁଟ୍‌ର ରେଜିଷ୍ଟ୍ରେସନ୍‌ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ କେବେ ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲିଲା, କେତେ ପିଲା କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ଅନ୍ୟ କେଉଁମାନେ ଏହି ଘୋଟାଲାରେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ତାହା ଜଣାପଡ଼ିବ।”

Related story