ବିଶ୍ୱର ୨୦ଟି ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଲା ଭୁବନେଶ୍ୱର

Ordigital Desk
  • Published: Wednesday, 14 March 2018
  • , Updated: 14 March 2018, 08:30 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା।&nbsp; ସାରା ଦେଶରେ ସ୍ମାର୍ଟ ସିଟିରେ ଏକ ନମ୍ବରରେ ରହିବା ପରେ ଏବେ ବିଶ୍ୱ ସ୍ତରୀୟ ରାଙ୍କରେ ସ୍ଥାନ ପାଇଛି ଭୁବନେଶ୍ୱର। ବିଶ୍ୱର ୨୦ଟି ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି। ଏହି ତାଲିକାର ୧ ନମ୍ବର ସ୍ଥାନରେ ରହିଛି ସିଙ୍ଗାପୁର।</p> <p>ସହରର ଗମାନଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ନିରାପତ୍ତା ଓ ଉତ୍ପାଦକତା ଭଳି ମାପକାଠିକୁ ନେଇ ଇଂଲଣ୍ଡର ଜୁନିପର ରିସର୍ଚ୍ଚ ପକ୍ଷରୁ ହୋଇଥିବା ସର୍ଭେରେ ଭାରତର ଏକମାତ୍ର ସହର ଭାବେ ଭୁବନେଶ୍ୱର ବେଷ୍ଟ ପରଫର୍ମିଙ୍ଗ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଛି। ଏହି ସୂଚନା ମିଳିବା ପରେ ଗତକାଲି ବିଏମସି କାର୍ଯ୍ୟାଳୟରେ ସେଲିବ୍ରେସନ ଦେଖିବାକୁ ମିଳିଥିଲା। ବାଣ ଫୁଟାଇ ଓ କେକ୍ କାଟି ପରସ୍ପରକୁ ଅଭିନନ୍ଦନ ଦେଇଥିଲେ କର୍ପୋରେଟର ଓ ବିଏମସି କର୍ମକର୍ତ୍ତା।</p>

Related story