ସିଜ୍ ହେଲା ଦୁଇଟି ବସ୍‌ , ୫୧ ହଜାର ଫାଇନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଥର ମହଲତ୍‌ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ଗତକାଲିଠୁ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ସ୍ୱତ୍ତେ ବେଫିକର ହୋଇ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି। ଫଳରେ ମୋଟା ଅଙ୍କର ଫାଇନ ଗଣୁଛନ୍ତି। ଗତକାଲି ଟ୍ୱିନ୍‌ ସିଟିରେ ସାଢ଼େ ଛଅ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ ଆଜି ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍‌କୁ ସିଜ୍‌ କରିଛି ପରିବହନ ବିଭାଗ। ଫିଟନେସ୍ ନ ଥାଇ ରାସ୍ତାରେ […]

bus0

Tapaswini Nayak
  • Published: Monday, 02 March 2020
  • , Updated: 02 March 2020, 01:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଥର ମହଲତ୍‌ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ଗତକାଲିଠୁ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ସ୍ୱତ୍ତେ ବେଫିକର ହୋଇ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି। ଫଳରେ ମୋଟା ଅଙ୍କର ଫାଇନ ଗଣୁଛନ୍ତି।

ଗତକାଲି ଟ୍ୱିନ୍‌ ସିଟିରେ ସାଢ଼େ ଛଅ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ ଆଜି ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍‌କୁ ସିଜ୍‌ କରିଛି ପରିବହନ ବିଭାଗ। ଫିଟନେସ୍ ନ ଥାଇ ରାସ୍ତାରେ ଗଡ଼ିବା ଅଭିଯୋଗରେ ଉଭୟ ବସ୍‌କୁ ସିଜ୍ କରିଛି ବିଭାଗ। ଏଥିସହ ଉଭୟ ବସ୍‌ର ରେଜିଷ୍ଟ୍ରେସନ ଏବଂ ପଲ୍ୟୁସନ ସାର୍ଟିଫିକେଟ୍  ବୈଧ ନ ଥିବା ଯାଞ୍ଚରୁ ଜଣାପଡ଼ିଛି।  ଫଳରେ ଏହି ଦୁଇଟି ବସ୍‌କୁ ମୋଟ ୨୫ ହଜାର ୫୦୦ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ଭୁବନେଶ୍ୱରରେ ନିୟମ ଉଲ୍ଲଙ୍ଘନକାରୀଙ୍କଠୁ ୨ ଲକ୍ଷ ୯୨ ହଜାରର ଚାଲାଣ କାଟିଥିଲା RTO-2 । ସେଥିରୁ ୭୯ ହଜାର ୨୦୦ ଟଙ୍କା ଘଟଣାସ୍ଥଳରୁ ଆଦାୟ ହୋଇଥିଲା। କଟକରେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୩ ଲକ୍ଷ ୪୫ ହଜାର ଟଙ୍କା ଆଦାୟ ହୋଇଥିଲା। ସେପଟେ ସମ୍ବଲପୁରରେ ଆଦାୟ ହୋଇଥିଲା ୨ ଲକ୍ଷ ୬୬ ହଜାର ଟଙ୍କା ।

ରଙ୍ଗ୍ ରୁଟ୍ ଡ୍ରାଇଭିଂ, ବିନା ହେଲମେଟ, ମୋବାଇଲ ବ୍ୟବହାର, ବିନା ଲାଇସେନ୍ସ, ବିନା ସିଟ୍‌ ବେଲ୍ଟ ଓ ଦ୍ରୁତ ଗାଡ଼ିଚାଳନା ପାଇଁ ଏହି ଜୋରିମାନା ହୋଇଥିବା ଜଣାଯାଇଛି। ଏହାକୁ ନେଇ କେତେକ ସ୍ଥାନରେ ଗାଡ଼ି ଚାଳକ ଓ ପୁଲିସ୍ ମଧ୍ୟରେ କଥା କଟାକଟି, ଯୁକ୍ତିତର୍କ ମଧ୍ୟ ହୋଇଥିଲା।

Related story