ଭୁବନେଶ୍ୱରରେ ରହିବା ସୁବିଧାଦାୟକ, ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସରେ ଦ୍ୱିତୀୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହ ଓ ନଗର ଉନୟନ ବିଭାଗ ପକ୍ଷରୁ ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ତାଲିକା ଜାରି କରାଯାଇଛି। ଏଥିରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ୨୦୨୦ରେ କରାଯାଇଥିବା ଏହି ସର୍ଭେରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ହିଁ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହି ତାଲିକାରେ ଶିମଲା ପ୍ରଥମ ସ୍ଥାନ ଅକ୍ତିଆର କରିଛି। ଶିମଲା ୬୦.୯୦ ସ୍କୋର ରଖିଥିବା […]

bbsr

Ranjit Kumar Jena
  • Published: Friday, 05 March 2021
  • , Updated: 05 March 2021, 01:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହ ଓ ନଗର ଉନୟନ ବିଭାଗ ପକ୍ଷରୁ ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ତାଲିକା ଜାରି କରାଯାଇଛି। ଏଥିରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ୨୦୨୦ରେ କରାଯାଇଥିବା ଏହି ସର୍ଭେରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ହିଁ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହି ତାଲିକାରେ ଶିମଲା ପ୍ରଥମ ସ୍ଥାନ ଅକ୍ତିଆର କରିଛି।

ଶିମଲା ୬୦.୯୦ ସ୍କୋର ରଖିଥିବା ବେଳେ ଭୁବନେଶ୍ୱର ୫୯.୮୫ ସ୍କୋର ପାଇଛି। ତେବେ ଏ ସମସ୍ତ ମାପଦଣ୍ଡରେ ସହରବାସୀ କିପରି ସୁବିଧା ପାଉଛନ୍ତି ଏବଂ କେତେ ସହଜରେ ପାଉଛନ୍ତି ସେ ନେଇ କରାଯାଇଥିଲା ସର୍ଭେ ଦେଶର ୧୧୧ଟି ସହରରେ ଏହି ସର୍ଭେ ହୋଇଥିଲା। ସିଟିଜନ ପର୍ସେପସନ ସର୍ଭେରେ ଭୁବନେଶ୍ୱର ବାସିନ୍ଦା ସବୁଠାରୁ ଅଧିକ ମତାମତ ଦେଇଥିବା ଜଣାପଡ଼ିଛି। ଏହି ତାଲିକାରେ ଅନ୍ୟ ସହର ଗୁଡ଼ିକ ମଧ୍ୟରେ ସିଲଭାସା ୫୮.୪୩ ସ୍କୋର ସହ ତୃତୀୟ, କାକିନାଡା ୫୬.୮୪ ସ୍କୋର ସହ ଚତୁର୍ଥ ଓ ସେଲମ୍ ୫୬.୪୦ ସ୍କୋର ସହ ପଞ୍ଚମ ସ୍ଥାନରେ ରହିଛି।

ଏହି ସର୍ଭେ ଗଲା ବର୍ଷ ୧୬ ଜାନୁଆରୀରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ କରାଯାଇଥିଲା ଇଜ ଅଫ ଲିଭିଂ ଇଣ୍ଡେକ୍ସ ସହ ମୁନିସିପାଲିଟି ପରଫର୍ମାନ୍ସ ଇଣ୍ଡେକ୍ସ ମଧ୍ୟ କରାଯାଇଛି। ଇଜ ଅଫ ଲିଭିଂ ପାଇଁ ୧୩ଟି ମାପଦଣ୍ଡ ଶିକ୍ଷା, ସ୍ୱାସ୍ଥ୍ୟ, ଘର, ଆଶ୍ରୟସ୍ଥଳ, ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ରିକ୍ରିଏସନ, ପରିବେଶ, ସବୁଜ ସ୍ଥାନ, ଶକ୍ତି ପରିଚାଳନା ଇତ୍ୟାଦି କ୍ଷେତ୍ରରେ କେତେ ସହଜରେ ସୁବିଧା ପାଉଛନ୍ତି ସେନେଇ ସର୍ଭେ ହୋଇଛି।

ସେହିପରି ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବର୍ଗରେ ବେଙ୍ଗାଲୁରୁରେ ଆଗରେ ରହିଛି। ବେଙ୍ଗାଲୁରୁ ୬୬.୭୦ ସ୍କୋର ସହ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥିରେ ପୁଣେ ୬୬.୨୭ ସ୍କୋର ସହ ଦ୍ୱିତୀୟ, ଅହମ୍ମଦାବାଦ ୬୪.୮୭ ସ୍କୋର ସହ ତୃତୀୟ, ଚେନ୍ନାଇ ୬୨.୬୧ ସ୍କୋର ସହ ଚତୁର୍ଥ ଓ ସୁରତ ୬୧.୭୩ ସ୍କୋର ସହ ପଞ୍ଚମ ସ୍ଥାନରେ ରହିଛି।

Related story