ବେଙ୍ଗାଲୁରୁ ସବୁଠୁ ଶ୍ରେଷ୍ଠ ସହର, କେତେ ନମ୍ବରରେ ଭୁବନେଶ୍ୱର

ନୂଆଦିଲ୍ଲୀ: ଦେଶରେ ଅନେକ ବଡ଼ବଡ଼ ସହର ରହିଛି। ହେଲେ ଜୀବନ ଯାପନ କରିବା ପାଇଁ ସବୁଠାରୁ ଶ୍ରେଷ୍ଠ ସହର କେଉଁଠି? ଏହାର ତାଲିକା ଆଜି ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି। ବିଭିନ୍ନ ବର୍ଗରେ ସହରର ଜନସଂଖ୍ୟାକୁ ନେଇ ସରକାର ଇଜ୍‌ ଅଫ ଲିଭିଂ ଇଣ୍ଡେକ୍ସ ବା ଜୀବନ ଧାରଣ ପାଇଁ ଶ୍ରେଷ୍ଠ ସହର ତାଲିକା ପ୍ରସ୍ତୁତ କରିଛନ୍ତି। ତାଲିକା ଅନୁଯାୟୀ, ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ୧ନଂ ସ୍ଥାନରେ ରହିଛି। […]

bengaluru

bengaluru

Hemant Lenka
  • Published: Thursday, 04 March 2021
  • Updated: 04 March 2021, 04:54 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଅନେକ ବଡ଼ବଡ଼ ସହର ରହିଛି। ହେଲେ ଜୀବନ ଯାପନ କରିବା ପାଇଁ ସବୁଠାରୁ ଶ୍ରେଷ୍ଠ ସହର କେଉଁଠି? ଏହାର ତାଲିକା ଆଜି ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି। ବିଭିନ୍ନ ବର୍ଗରେ ସହରର ଜନସଂଖ୍ୟାକୁ ନେଇ ସରକାର ଇଜ୍‌ ଅଫ ଲିଭିଂ ଇଣ୍ଡେକ୍ସ ବା ଜୀବନ ଧାରଣ ପାଇଁ ଶ୍ରେଷ୍ଠ ସହର ତାଲିକା ପ୍ରସ୍ତୁତ କରିଛନ୍ତି।

ତାଲିକା ଅନୁଯାୟୀ, ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ୧ନଂ ସ୍ଥାନରେ ରହିଛି। ପୂର୍ବରୁ ପୁଣେ ଏହି ସ୍ଥାନରେ ରହିଥିଲା। ହେଲେ ଏଥର ପୁଣେ ଦୁଇ ନମ୍ବରକୁ ଖସି ଯାଇଛି। ଅନ୍ୟପକ୍ଷରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ଶିମଲା ସବୁଠାରୁ ବେଷ୍ଟ।

ଶିମଲା ତାଲିକାର ୧ନଂରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଓଡ଼ିଶାର ରାଜଧାନୀ ଭୁବେଶ୍ୱର ରହିଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଇଜ୍ ଅଫ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଙ୍ଗ-୨୦୨୦ ରିପୋର୍ଟକୁ ସାର୍ବଜନୀନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶର ରାଜଧାନୀ ଦିଲ୍ଲୀ ଏହି ଦୁଇଟି ବର୍ଗର ଶ୍ରେଷ୍ଠ ୧୦ ନମ୍ବର ମଧ୍ୟରେ ବି ସ୍ଥାନ ପାଇନାହିଁ।

ଦେଶର ୧୧୧ଟି ସହରରେ ସର୍ଭେ କରାଯାଇଥିଲା। ସବୁ ସହରଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଥିଲା। ପ୍ରଥମ ବର୍ଗରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ରଖାଯାଇଥିବା ବେଳେ ଅନ୍ୟ ବର୍ଗରେ ୧୦ ଲକ୍ଷରୁ କମ ଲୋକ ରହୁଥିବା ସହରଗୁଡ଼ିକ ରହିଥିଲେ।

ଏହି ସହରଗୁଡ଼ିକରେ ରହୁଥିବା ଲୋକଙ୍କ ଜୀବନ ଧାରଣର ଶୈଳୀ ବା ମାନ ଓ ସହରରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବ ଲୋକଙ୍କ ଉପରେ କେଉଁଭଳି ଭାବେ ପଡ଼ିଛି, ତା’ର ସମୀକ୍ଷା କରି ରିପୋର୍ଟ ପ୍ରକାଶ କରାଯାଇଛି। ୨୦୧୮ରେ ପ୍ରଥମ ଥର ଶ୍ରେଷ୍ଠ ସହରର ତାଲିକା ପ୍ରକାଶ କରାଯାଇଥିଲା। ଏହି ସର୍ଭେରେ ୩୨ ଲକ୍ଷ ଲୋକ ସେମାନଙ୍କ ମତ ଦେଇଛନ୍ତି।

ଏହାବାଦ ସହରଗୁଡ଼ିକର ମାନ୍ୟତା ନିର୍ଦ୍ଧାରଣ କରିବା ପାଇଁ ୧୪ଟି ବିଷୟବସ୍ତୁ ପ୍ରସ୍ତୁତ କରାଯାଇଥିଲା। ସହରଗୁଡ଼ିକରେ ଥିବା ଶିକ୍ଷାର ସ୍ତର, ସ୍ୱାସ୍ଥ୍ୟ, ଗୃହ, ସ୍ୱଚ୍ଛତା, ପରିବହନ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅର୍ଥନୀତିକ ବିକାଶ, ରୋଜଗାରର ସୁଯୋଗ, ପରିବେଶ ଆଦିର ସମୀକ୍ଷା କରାଯାଇଥିଲା। ୨୦୨୦ ଜାନୁଆରୀ ୧୯ରୁ ୨୦୨୦ ମାର୍ଚ୍ଚ ଯାଏ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେରେ ପ୍ରାୟ ୩୨ ଲକ୍ଷ ୨୦ ହଜାର ଲୋକ ସେମାନଙ୍କ ମତାମତ ଦେଇଛନ୍ତି।

୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକର ତାଲିକାରେ ବେଙ୍ଗାଲୁରୁ ୧ନଂ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ପୁଣେ, ତୃତୀୟରେ ଅହମ୍ମଦାବାଦ, ୪ର୍ଥରେ ଚେନ୍ନାଇ, ୫ମରେ ସୁରଟ, ୬ଷ୍ଠରେ ନାଭି ମୁମ୍ବାଇ, ୭ମରେ କୋଏମ୍ବାଟୁର, ୮ମରେ ଭଦୋଦରା, ୯ମରେ ଇନ୍ଦୋର ଓ ୧୦ମ ସ୍ଥାନରେ ଗ୍ରେଟର ମୁମ୍ବାଇ ରହିଛି।

ଏହି ବର୍ଗର ଶ୍ରେଷ୍ଠ ସହରଗୁଡ଼ିକ ତାଲିକାରେ ଦିଲ୍ଲୀ ୧୩ନଂରେ ରହିଛି। ଏହାର ନିକଟବର୍ତ୍ତୀ ଗାଜିଆବାଦ ଓ ଫରିଦାବାଦ ଯଥାକ୍ରମେ ୩୦ ଓ ୪୦ନଂରେ ରହିଛନ୍ତି। ଏନସିଆରର ଆଉ ଏକ ସହର ମୀରଟ ତାଲିକାର ୩୬ନଂ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ୧୦ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ଶ୍ରେଷ୍ଠ ସହର ତାଲିକାର ୧ନଂ ସ୍ଥାନରେ ଶିମଲା ଥିବା ବେଳେ ଦ୍ୱିତୀରେ ଭୁବନେଶ୍ୱର, ତୃତୀୟରେ ସିଲଭାସା, ୪ର୍ଥରେ କାକିନାଡା, ୫ମରେ ସାଲେମ୍, ୬ଷ୍ଠରେ ଭେଲୋର, ୭ମରେ ଗାନ୍ଧିନଗର, ୮ମରେ ଗୁରୁଗ୍ରାମ, ୯ମରେ ଡାଭାନଗେର୍ ଓ ୧୦ମରେ ତିରୁଚିରାପଲ୍ଲୀ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭୁବନେଶ୍ୱରବାସୀ ସ୍ଥାନୀୟ ପ୍ରଶାସନ ଦ୍ୱାରା ସବୁଠାରୁ ସନ୍ତୁଷ୍ଟ ଥିବା ସର୍ଭେ ବେଳେ କହିଛନ୍ତି।
୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ଶ୍ରେଷ୍ଠ ପୌରପାଳିକା ଗୁଡ଼ିକ ମଧ୍ୟରେ ଇନ୍ଦୋର ୧ନଂରେ ଥିବା ବେଳେ ଏହା ପଛକୁ ସୁରଟ, ଭୋପାଳ, ପିମ୍ପିରି ଛିଞ୍ଚୱାଡା, ପୁଣେ, ଅହମଦାବାଦ, ରାୟପୁର, ଗ୍ରେଟର ମୁମ୍ବାଇ, ବିଶାଖାପଟନମ ଓ ଭଦୋଦରା ରହିଛନ୍ତି।

ସେହିପରି ୧୦ ଲକ୍ଷରୁ କମ୍ ଲୋକ ରହୁଥିବା ଶ୍ରେଷ୍ଠ ପୌରପାଳିକା ତାଲିକାର ୧ନଂ ସ୍ଥାନରେ ନୂଆଦିଲ୍ଲୀ ଏମସି ଥିବା ବେଳେ ଏହାପଛକୁ ତିରୁପତି, ଗାନ୍ଧିନଗର, କର୍ଣ୍ଣାଲ, ସାଲେମ, ତ୍ରିପୁରୁ, ବିଳାସପୁର, ଉଦୟପୁର, ଝାନସୀ ଓ ତିରୁନେଲଭେଲି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story