ଭୁବନେଶ୍ୱରରୁ ବ୍ୟାଙ୍କକ୍‌: ଏଣିକି ଦୁଇ ନୁହେଁ ତିନି ଦିନ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମାନସେବା କ୍ଷେତ୍ରରେ ଓଡ଼ିଶା ପାଇଁ ନୂଆ ସୁଯୋଗ। ଆଜିଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକକୁ ସିଧାସଳଖ ବିମାନସେବା ଦୁଇ ଦିନ ବଦଳରେ ତିନି ଦିନକୁ ବଢ଼ିଛି। ସେପଟେ ରିଜିଓନାଲ୍ କନେକ୍ଟିଭିଟି ସ୍କିମ୍, ଆରସିଏସ୍ ଯୋଜନାରେ ଭୁବନେଶ୍ୱର ଆଉ ଦୁଇଟି ନୂଆ ସହର, ନାଗପୁର ଓ ଆଲ୍ଲାହାବାଦ୍ ସହ ଯୋଡ଼ି ହେବା ପାଇଁ ପ୍ରସ୍ତୁତି&nbsp; ଆରମ୍ଭ ହୋଇଛି। ଏହି ସେବା ଇଣ୍ଡିଗୋ ବିମାନ ପ୍ରଦାନ କରିବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା ଆରମ୍ଭ ହୋଇଛି। କିଛିଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉଷା ପାଢ଼ୀ ମଧ୍ୟ ଏ ସଂକ୍ରାନ୍ତରେ ମତ ବିନିମୟ କରିଛନ୍ତି। ଏହି ବିମାନସେବା ଦ୍ୱାରା ପଶ୍ଚିମ ଓ ଉତ୍ତର ଭାରତକୁ ଭୁବନେଶ୍ୱରରୁ ଦୁଇଟି ନୂଆ ଯୋଗାଯୋଗର ବାଟ ଫିଟିବ। ତ୍ରିବେଣୀ ସଙ୍ଗମ୍ ଆଲ୍ଲାହାବାଦ ଓ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହା ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।</p> <p>ସେପଟେ ଏବେ ଭୁବନେଶ୍ୱର ବ୍ୟାଙ୍କକ ସପ୍ତାଦରେ ଦୁଇ ଦିନ ନୁହେଁ, ତିନି ଦିନ ଉଡ଼ାଣ ଭରିବ ଏୟାର&nbsp; ଇଣ୍ଡିଆ। ଚଳିତମାସ ୧୦ ତାରିଖରେ ପ୍ରଥମେ ଦୁଇଦିନ ପାଇଁ ଉଡ଼ାଣ ଆରମ୍ଭ କରିଥିବା ଏୟାର ଇଣ୍ଡିଆ ମାସକ ମଧ୍ୟରେ ବ୍ୟବସାୟକୁ ଆଖି ଆଗରେ ରଖି ଏହାର ଫ୍ରିକ୍ୟୁଏନ୍ସିକୁ ବଢ଼ାଇଛି। ଲୋକଙ୍କୁ ଅଧିକ ଆତ୍କୃଷ୍ଟ କରିବା ପାଇଁ ବ୍ୟାଙ୍କକ ତଥା ଭୁବନେଶ୍ୱରରେ ପର୍ଯ୍ୟଟନର ରୋଡ ଶୋ କରିବା ପାଇଁ ଟୁର ଓ ଟ୍ରାଭେଲ୍ ଅପରେଟର୍ସମାନେ ମତ&nbsp; ରଖିଛନ୍ତି। ବର୍ତ୍ତମାନ ଭୁବନେଶ୍ୱରରୁ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ ସମେତ ୧୦ଟି ସହରକୁ ବିମାନ ଉଡ଼ାଣ କରୁଛି।</p>

Ordigital Desk
  • Published: Saturday, 23 December 2017
  • Updated: 23 December 2017, 07:45 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମାନସେବା କ୍ଷେତ୍ରରେ ଓଡ଼ିଶା ପାଇଁ ନୂଆ ସୁଯୋଗ। ଆଜିଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକକୁ ସିଧାସଳଖ ବିମାନସେବା ଦୁଇ ଦିନ ବଦଳରେ ତିନି ଦିନକୁ ବଢ଼ିଛି। ସେପଟେ ରିଜିଓନାଲ୍ କନେକ୍ଟିଭିଟି ସ୍କିମ୍, ଆରସିଏସ୍ ଯୋଜନାରେ ଭୁବନେଶ୍ୱର ଆଉ ଦୁଇଟି ନୂଆ ସହର, ନାଗପୁର ଓ ଆଲ୍ଲାହାବାଦ୍ ସହ ଯୋଡ଼ି ହେବା ପାଇଁ ପ୍ରସ୍ତୁତି&nbsp; ଆରମ୍ଭ ହୋଇଛି। ଏହି ସେବା ଇଣ୍ଡିଗୋ ବିମାନ ପ୍ରଦାନ କରିବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା ଆରମ୍ଭ ହୋଇଛି। କିଛିଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉଷା ପାଢ଼ୀ ମଧ୍ୟ ଏ ସଂକ୍ରାନ୍ତରେ ମତ ବିନିମୟ କରିଛନ୍ତି। ଏହି ବିମାନସେବା ଦ୍ୱାରା ପଶ୍ଚିମ ଓ ଉତ୍ତର ଭାରତକୁ ଭୁବନେଶ୍ୱରରୁ ଦୁଇଟି ନୂଆ ଯୋଗାଯୋଗର ବାଟ ଫିଟିବ। ତ୍ରିବେଣୀ ସଙ୍ଗମ୍ ଆଲ୍ଲାହାବାଦ ଓ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହା ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।</p><p>ସେପଟେ ଏବେ ଭୁବନେଶ୍ୱର ବ୍ୟାଙ୍କକ ସପ୍ତାଦରେ ଦୁଇ ଦିନ ନୁହେଁ, ତିନି ଦିନ ଉଡ଼ାଣ ଭରିବ ଏୟାର&nbsp; ଇଣ୍ଡିଆ। ଚଳିତମାସ ୧୦ ତାରିଖରେ ପ୍ରଥମେ ଦୁଇଦିନ ପାଇଁ ଉଡ଼ାଣ ଆରମ୍ଭ କରିଥିବା ଏୟାର ଇଣ୍ଡିଆ ମାସକ ମଧ୍ୟରେ ବ୍ୟବସାୟକୁ ଆଖି ଆଗରେ ରଖି ଏହାର ଫ୍ରିକ୍ୟୁଏନ୍ସିକୁ ବଢ଼ାଇଛି। ଲୋକଙ୍କୁ ଅଧିକ ଆତ୍କୃଷ୍ଟ କରିବା ପାଇଁ ବ୍ୟାଙ୍କକ ତଥା ଭୁବନେଶ୍ୱରରେ ପର୍ଯ୍ୟଟନର ରୋଡ ଶୋ କରିବା ପାଇଁ ଟୁର ଓ ଟ୍ରାଭେଲ୍ ଅପରେଟର୍ସମାନେ ମତ&nbsp; ରଖିଛନ୍ତି। ବର୍ତ୍ତମାନ ଭୁବନେଶ୍ୱରରୁ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ ସମେତ ୧୦ଟି ସହରକୁ ବିମାନ ଉଡ଼ାଣ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos