ନନ୍ଦନକାନନରେ ବଣୁଆ ହାତୀର ଉପଦ୍ରବ

ଭୁବନେଶ୍ୱର: ନନ୍ଦନକାନନରେ ଏକ ବଣୁଆ ହାତୀ ପଶି ଆସି ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି। ବଣୁଆ ହାତୀଟି ଆଜି ବାଘ ଓ ହାତୀ ସଫାରୀର ଜାଲିକୁ ଭାଙ୍ଗି ଭିତରକୁ ପଶିଯାଇଥିଲା। ଏହାସହ ନନ୍ଦନକାନନ ପରିସରରେ ଉପଦ୍ରବ ଚଳାଇଛି। ହାତୀଟିକୁ ଆୟତ୍ତ କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଓ ଅନ୍ୟ ଅଧିକାରୀମାନେ ଉଦ୍ୟମ କରୁଛନ୍ତି। କୌଣସି ଅପ୍ରତୀକର ପରିସ୍ଥିତି ଯେପରି ସୃଷ୍ଟି ନ ହେବ ସେଥିପାଇଁ  ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି। ବଣୁଆ ହାତୀଟିକୁ ଘଉଡାଇ କିପରି ଜଙ୍ଗଲକୁ […]

n

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 08:54 AM IST

ଭୁବନେଶ୍ୱର: ନନ୍ଦନକାନନରେ ଏକ ବଣୁଆ ହାତୀ ପଶି ଆସି ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି। ବଣୁଆ ହାତୀଟି ଆଜି ବାଘ ଓ ହାତୀ ସଫାରୀର ଜାଲିକୁ ଭାଙ୍ଗି ଭିତରକୁ ପଶିଯାଇଥିଲା। ଏହାସହ ନନ୍ଦନକାନନ ପରିସରରେ ଉପଦ୍ରବ ଚଳାଇଛି। ହାତୀଟିକୁ ଆୟତ୍ତ କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଓ ଅନ୍ୟ ଅଧିକାରୀମାନେ ଉଦ୍ୟମ କରୁଛନ୍ତି। କୌଣସି ଅପ୍ରତୀକର ପରିସ୍ଥିତି ଯେପରି ସୃଷ୍ଟି ନ ହେବ ସେଥିପାଇଁ  ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି। ବଣୁଆ ହାତୀଟିକୁ ଘଉଡାଇ କିପରି ଜଙ୍ଗଲକୁ ଛଡାଯିବ ସେଥିପାଇଁ ଉଦ୍ୟମ କରାଯାଉଛି।

 

Related story