ଏସୀୟ ଦୌଡ଼କୁଦ ପାଇଁ ସ୍ପୋର୍ଟି ଲୁକ୍‌ରେ ଭୁବନେଶ୍ୱର: ଏୟାରପୋର୍ଟରୁ ଷ୍ଟାଡିୟମ ପତାକା, ପୋଷ୍ଟର ଓ ବ୍ୟାନର୍‌ରେ ରଙ୍ଗିନ୍‌

ଭୁବନେଶ୍ୱର: ମାତ୍ର କେଇ ଘଣ୍ଟାର ଅପେକ୍ଷା, ଆଉ ଏହାପରେ ଆରମ୍ଭ ହେବ ଏସିଆନ ଆଥଲେଟିକ୍‌ ଚାମ୍ପିଅନସିପ। ଏହି କ୍ରୀଡ଼ା ମହାକୁମ୍ଭ ଉପରେ ଏବେ ସମଗ୍ର ଏସିଆ ମହାଦେଶର ନଜର। ଏଥିପାଇଁ  ଇଭେଣ୍ଟ ଯେତିକି ପାଖେଇ ଆସୁଛି, ସେତିକି ବଢ଼ୁଛି କ୍ରିଡ଼ାପ୍ରେମୀଙ୍କୁ ଉତ୍ସାହ।  ଏପଟେ ଚାମ୍ପିଅନସିପ୍ ପାଇଁ କଳିଙ୍ଗ ଷ୍ଟାଡିଅମରେ ପ୍ରସ୍ତୁତି ସରି ସରି ଆସୁଥିବା ବେଳେ ରାଜଧାନୀରେ ପହଞ୍ଚୁଛନ୍ତି ଗୋଟିଏ ପରେ ଗୋଟିଏ ଦେଶର ଖେଳାଳି। ରାଜଧାନୀ ଭୁବନେଶ୍ୱରକୁ ଦିଆଯାଇଛି ସ୍ପୋର୍ଟି ଲୁକ୍।  ବିଭିନ୍ନ ଦେଶର ଜାତୀୟ […]

bbsr city

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 08:53 PM IST

ଭୁବନେଶ୍ୱର: ମାତ୍ର କେଇ ଘଣ୍ଟାର ଅପେକ୍ଷା, ଆଉ ଏହାପରେ ଆରମ୍ଭ ହେବ ଏସିଆନ ଆଥଲେଟିକ୍‌ ଚାମ୍ପିଅନସିପ। ଏହି କ୍ରୀଡ଼ା ମହାକୁମ୍ଭ ଉପରେ ଏବେ ସମଗ୍ର ଏସିଆ ମହାଦେଶର ନଜର। ଏଥିପାଇଁ  ଇଭେଣ୍ଟ ଯେତିକି ପାଖେଇ ଆସୁଛି, ସେତିକି ବଢ଼ୁଛି କ୍ରିଡ଼ାପ୍ରେମୀଙ୍କୁ ଉତ୍ସାହ।  ଏପଟେ ଚାମ୍ପିଅନସିପ୍ ପାଇଁ କଳିଙ୍ଗ ଷ୍ଟାଡିଅମରେ ପ୍ରସ୍ତୁତି ସରି ସରି ଆସୁଥିବା ବେଳେ ରାଜଧାନୀରେ ପହଞ୍ଚୁଛନ୍ତି ଗୋଟିଏ ପରେ ଗୋଟିଏ ଦେଶର ଖେଳାଳି।

ରାଜଧାନୀ ଭୁବନେଶ୍ୱରକୁ ଦିଆଯାଇଛି ସ୍ପୋର୍ଟି ଲୁକ୍।  ବିଭିନ୍ନ ଦେଶର ଜାତୀୟ ପତାକାରେ ସଜେଇ ହୋଇଛି ସହରର ରାସ୍ତାଘାଟ।  ଭାରତ, କାଜଖାସ୍ତାନ କୋରିଆ, ଶ୍ରୀଲଙ୍କାଠାରୁ ଆରମ୍ଭ କରି ମଙ୍ଗୋଲିଆ ପର୍ଯ୍ୟନ୍ତ ମୋଟ ୪୫ଟି  ଦେଶର ଜାତୀୟ ପତାକା ଉଡୁଛି ଭୁବନେଶ୍ୱରରେ। ପତାକା, ପୋଷ୍ଟର ଓ ବ୍ୟାନରକୁ ନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜୟଦବେ ବିହାର ପର୍ଯ୍ୟନ୍ତ ରାସ୍ତା ରଙ୍ଗିନ ଦେଖାଯାଉଛି। କ୍ରୀଡ଼ା ମହାକୁମ୍ଭ ପାଇଁ କଳିଙ୍ଗ ଷ୍ଟାଡିଅମ ବି ସଜେଇ ହୋଇଛି ନୂଆ ରୂପରେ। ଷ୍ଟାଡିୟମର ଭିତରେ ଓ ବାହାରେ ଚକାଚକ ପରିବେଶ।  ଅନ୍ୟପଟେ ଏହି ପ୍ରତିଯୋଗିତା ପାଇଁ ଅନେକ ଦେଶର ଆଥଲେଟ୍‌ ଆସି ଭୁବନେଶ୍ୱରରେ ପହଞ୍ଚିବା ସହ ଅଭ୍ୟାସ ଜୋରଦାର କରିଛନ୍ତି।

Related story