ଭୁବନେଶ୍ୱର: ଜବରଦଖଲ ଜମି ଉଚ୍ଛେଦ ପାଇଁ ଭୁବନେଶ୍ୱର ଉପକଣ୍ଠ ଝିଣ୍ଟିରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମକୁ ଜାରି କରାଯାଇଛି ନୋଟିସ୍। ବାଲିଅନ୍ତା ତହସିଲଦାର ଆଜି ଏହି ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୨୯ ତାରିଖରେ ଏଠାରେ ହୋଇଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗିବା ପାଇଁ ନୋଟିସ ଜାରି କରାଯାଇଛି। ୫୦୦ ଡିସିମିଲ୍ ସରକାରୀ ଜାଗାକୁ ଆଶ୍ରମ କର୍ତ୍ତୃପକ୍ଷ ଜବରଦଖଲ କରି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତ୍ରାହିଅଚ୍ୟୁତ ନଗର ମୌଜାରେ ୩ଟି ପ୍ଲଟରେ ଥିବା ଏହି ଗୋଚର ଜାଗା ଉପରେ ତିଆରି ହୋଇଥିବା ରାସ୍ତା, ଔଷଧ ଦୋକାନ, ଆନନ୍ଦବଜାର ଓ ପୋଷ୍ଟ ଅଫିସକୁ ଭାଙ୍ଗିବା ପାଇଁ ନୋଟିସ ଜାରି କରାଯାଇଛି। ତେବେ ଏ ନେଇ ଆଶ୍ରମ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।