ଭୁବନେଶ୍ୱର ବିମାନମନ୍ଦର ପରିସରରେ ଓଡ଼ିଶାର ଥ୍ରୀ-ଡି ମ୍ୟାପ୍ ଉନ୍ମୋଚିତ

ଭୁବନେଶ୍ୱର:  ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆଜି  ଓଡ଼ିଶାର ଥ୍ରୀଡି ମ୍ୟାପ୍ ଉନ୍ମୋଚିତ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉନ୍ମୋଚନ କରିଛନ୍ତି। ଏଥିରେ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି, ବିମାନବନ୍ଦର ନିର୍ଦ୍ଦେଶକ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଥ୍ରୀଡି ମ୍ୟାପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ସଂପର୍କରେ ଉଲ୍ଲେଖ ରହିଛି। ଏହାଦ୍ୱାରା ପର୍ଯ୍ୟଟକମାନେ ସହଜରେ ଏ ସଂପର୍କରେ ସୂଚନା ପାଇପାରିବେ। ଆଜିଠୁ ଫେଡେରେସନ୍ ଅଫ୍ […]

bhu

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 08:02 AM IST

ଭୁବନେଶ୍ୱର:  ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆଜି  ଓଡ଼ିଶାର ଥ୍ରୀଡି ମ୍ୟାପ୍ ଉନ୍ମୋଚିତ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉନ୍ମୋଚନ କରିଛନ୍ତି। ଏଥିରେ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି, ବିମାନବନ୍ଦର ନିର୍ଦ୍ଦେଶକ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଥ୍ରୀଡି ମ୍ୟାପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ସଂପର୍କରେ ଉଲ୍ଲେଖ ରହିଛି। ଏହାଦ୍ୱାରା ପର୍ଯ୍ୟଟକମାନେ ସହଜରେ ଏ ସଂପର୍କରେ ସୂଚନା ପାଇପାରିବେ। ଆଜିଠୁ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆରମ୍ଭ ହେଉଛି। ଏଥିରେ ଦେଶ ବିଦେଶର ୮ଶହ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

 

 

 

Related story