ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଆରମ୍ଭ ହୋଇଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ନୃତ୍ୟ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାର ନୃତ୍ୟଶିଳ୍ପୀଙ୍କ ସହ ଆମେରିକା, ଜାପାନ ଓ ପୋଲାଣ୍ଡ ଆଦି ଦେଶର ନୃତ୍ୟଶିଳ୍ପୀମାନେ ଅଂଶ ଗ୍ରହଣ କରିଛନ୍ତି। ଏଥିରେ ସମୁଦାୟ ୨୪୫ ଜଣ ନୃତ୍ୟ ଶିଳ୍ପୀ ଭାଗ ନେଇଥିବା ବେଳେ ୧୪ ଜଣ ବିଦେଶୀ ନୃତ୍ୟଶିଳ୍ପୀ ଅଛନ୍ତି। ଶନିବାର ଉଦଘାଟନୀ ସଂଧ୍ୟାରେ ଭୁବନେଶ୍ୱରର ସଂଯୁକ୍ତା ଦାସ ଶ୍ରୀକୃଷ୍ନ ଅଷ୍ଟକମ୍ ଏବଂ […]

odashi

Rakesh Mallick
  • Published: Sunday, 27 December 2015
  • , Updated: 27 December 2015, 09:11 AM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଆରମ୍ଭ ହୋଇଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ନୃତ୍ୟ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାର ନୃତ୍ୟଶିଳ୍ପୀଙ୍କ ସହ ଆମେରିକା, ଜାପାନ ଓ ପୋଲାଣ୍ଡ ଆଦି ଦେଶର ନୃତ୍ୟଶିଳ୍ପୀମାନେ ଅଂଶ ଗ୍ରହଣ କରିଛନ୍ତି। ଏଥିରେ ସମୁଦାୟ ୨୪୫ ଜଣ ନୃତ୍ୟ ଶିଳ୍ପୀ ଭାଗ ନେଇଥିବା ବେଳେ ୧୪ ଜଣ ବିଦେଶୀ ନୃତ୍ୟଶିଳ୍ପୀ ଅଛନ୍ତି।

ଶନିବାର ଉଦଘାଟନୀ ସଂଧ୍ୟାରେ ଭୁବନେଶ୍ୱରର ସଂଯୁକ୍ତା ଦାସ ଶ୍ରୀକୃଷ୍ନ ଅଷ୍ଟକମ୍ ଏବଂ କୋଲକାତାର ଶାଶ୍ୱତୀ ଗରାହି ଘୋଷ ବିଚିତ୍ର ରାମାୟଣରୁ ନୃତ୍ୟ ପରିବେଷଣ କରିଥିଲେ। ମୁମ୍ୱାଇର ଦିପାଲୀ ଟିକମ୍ ଓ ରୁପାଲୀ କଦମ୍ ମଙ୍ଗଳାଚରଣରେ ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦରୁ ଶ୍ରୀତକମଳ ପରିବେଷଣ କରିଥିଲେ। ଏହା ପରେ ଜାପାନ ଓ ଆମେରିକାର ନୃତ୍ୟଶିଳ୍ପୀମାନେ ସୋଲୋ ଡ୍ୟାନସ୍ ଦ୍ୱାରା ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ନୃତ୍ୟ ଉତ୍ସବ ଚାଲିବ।

Related story