ଭୁବନେଶ୍ୱରରେ କାଳବୈଶାଖୀ ଓ ଧୂଳିଝଡ଼, ଅବତରଣ କରିପାରିଲାନି ଦୁଇଟି ବିମାନ

ଭୁବନେଶ୍ୱର: ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଜି ଅପରାହ୍ନରେ ଭୁବନେଶ୍ୱର ଓ କଟକର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଦିନ ଗୋଟିଏ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା। ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇଯାଇ ଧୂଳିଝଡ଼ ସହ ବର୍ଷା ଓ ପବନ ଆରମ୍ଭ ହୋଇଯାଇଥିଲା। କିଛି ସମୟ ବର୍ଷା ହେବା ଯୋଗୁଁ ଅଞ୍ଚଳବାସୀଙ୍କୁ ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ଅନ୍ୟପକ୍ଷରେ ଧୂଳିଝଡ଼ ଓ କାଳବୈଶାଖୀ […]

rain

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 10:51 AM IST

ଭୁବନେଶ୍ୱର: ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଜି ଅପରାହ୍ନରେ ଭୁବନେଶ୍ୱର ଓ କଟକର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଦିନ ଗୋଟିଏ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା। ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇଯାଇ ଧୂଳିଝଡ଼ ସହ ବର୍ଷା ଓ ପବନ ଆରମ୍ଭ ହୋଇଯାଇଥିଲା। କିଛି ସମୟ ବର୍ଷା ହେବା ଯୋଗୁଁ ଅଞ୍ଚଳବାସୀଙ୍କୁ ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି।

ଅନ୍ୟପକ୍ଷରେ ଧୂଳିଝଡ଼ ଓ କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ଓ ଏୟାର ଇଣ୍ଡିଆର ବିମାନ ଅବତରଣ କରି ପାରି ନ ଥିଲା। ବାରଣାସୀରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ଓ ବେଙ୍ଗାଲୁରୁରୁ ଆସୁଥିବା ଇଣ୍ଡିଗୋ ବିମାନ ଅବତରଣ ନ କରି କୋଲକାତାରେ ପଳାଇଥିଲା।  ଏଥିପାଇଁ ବିମାନରେ ଆସୁଥିବା ଓ ଯିବାକୁ ଥିବା ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

Related story