ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କ୍ରାନ୍ତି ଦିବସ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର କଂଗ୍ରେସ ଭବନରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବୃକ୍ଷ ରୋପଣ କରିଥିଲେ। ସୁରକ୍ଷିତ, ସୁଶାସିତ, ସ୍ୱାଭିମାନି ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ପିସିସି ସଭାପତିଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସେବାଦଳର କର୍ମକର୍ତ୍ତା ଓ […]

congress

congress

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 01:10 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର କଂଗ୍ରେସ ଭବନରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବୃକ୍ଷ ରୋପଣ କରିଥିଲେ। ସୁରକ୍ଷିତ, ସୁଶାସିତ, ସ୍ୱାଭିମାନି ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ପିସିସି ସଭାପତିଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସେବାଦଳର କର୍ମକର୍ତ୍ତା ଓ କର୍ମୀମାନେ ଯୋଗଦେଇଥିଲେ।

bbsrସେହିପରି ସହିଦ ସ୍ମୃତି ସଂସଦ ଆନୁକୁଲ୍ୟରେ ଭୁବନେଶ୍ୱରରେ କ୍ରାନ୍ତି ଦିବସ ପାଳିତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ହୋଇଥିବା ମାଟିକୁ ଏକାଠି କରି ଯାଜପୁର ଜିଲ୍ଲାର ଆଦମପୁରକୁ ନିଆଯାଇଛି। ସେଠାରେ ଏକ ବୈଠକ ହେବାର ଅଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସହିଦ ସ୍ମୃତି ସଂସଦର କର୍ମକର୍ତ୍ତା ଏଥିରେ ଭାଗନେବା ସହ ବହୁ ସଂଖ୍ୟାରେ ଯୁବକ ଯୋଗଦେବେ। ଶାନ୍ତି ଓ ମୈତ୍ରି ପ୍ରତିଷ୍ଠା କରିବାସହ ମହାତ୍ମାଗାନ୍ଧିଙ୍କ ଚିନ୍ତାଧାରାରେ ଯୁବକମାନଙ୍କୁ ଅନୁପ୍ରାଣିତ ହେବାକୁ ଆଜି ଦିନରେ ଆହ୍ୱାନ ଦିଆଯାଇଛି। ସ୍ୱାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦ ଓ ଜୟ ଓଡ଼ିଶାର ମିଳିତ ସହଯୋଗରେ ଏହି ଦିବସ ପାଳନ କରାଯାଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos