ଧର୍ମଗଡ: ଭୂତ ତଡ଼ିବାକୁ ଶେବାଶ୍ରମରେ ତନ୍ତ୍ରପାଠ, ତଦନ୍ତ କଲେ ୩ ଜଣିଆ ଟିମ୍‌

ଧର୍ମଗଡ: ଭୂତ ତଡ଼ିବାକୁ ସେବାଶ୍ରମରେ ୫ ଦିନ ଧରି ଚାଲିଲା ତନ୍ତ୍ରପାଠ। ଅସୁସ୍ଥ ଛାତ୍ରୀଙ୍କୁ ଚିକିତ୍ସା କରିବା ବଦଳରେ ଭୂତ ଲାଗୁଥିବା ଦର୍ଶାଇ ଆଶ୍ରମ ପରିସରରେ କରାଯାଇଛି ଝଡାଫୁଙ୍କା ଓ ପୂଜାର୍ଚ୍ଚନା। ଅନ୍ଧବିଶ୍ୱାସର ଘଟଣା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ବଡ କର୍ଲାକୋଟ ସେବାଶ୍ରମରେ। ରାତିରେ ଶିକ୍ଷାନୁଷ୍ଠାନରେ ତନ୍ତ୍ରପାଠ ଓ ଛାତ୍ରୀଙ୍କ ଉପସ୍ଥିତିକୁ ନେଇ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରିଛି ଏକ ୩ ଜଣିଆ ଟିମ୍‌। ସ୍ୱାଧୀନତାର ଏତେ ବର୍ଷ […]

tantabibdya

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 11:39 PM IST

ଧର୍ମଗଡ: ଭୂତ ତଡ଼ିବାକୁ ସେବାଶ୍ରମରେ ୫ ଦିନ ଧରି ଚାଲିଲା ତନ୍ତ୍ରପାଠ। ଅସୁସ୍ଥ ଛାତ୍ରୀଙ୍କୁ ଚିକିତ୍ସା କରିବା ବଦଳରେ ଭୂତ ଲାଗୁଥିବା ଦର୍ଶାଇ ଆଶ୍ରମ ପରିସରରେ କରାଯାଇଛି ଝଡାଫୁଙ୍କା ଓ ପୂଜାର୍ଚ୍ଚନା। ଅନ୍ଧବିଶ୍ୱାସର ଘଟଣା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ବଡ କର୍ଲାକୋଟ ସେବାଶ୍ରମରେ। ରାତିରେ ଶିକ୍ଷାନୁଷ୍ଠାନରେ ତନ୍ତ୍ରପାଠ ଓ ଛାତ୍ରୀଙ୍କ ଉପସ୍ଥିତିକୁ ନେଇ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରିଛି ଏକ ୩ ଜଣିଆ ଟିମ୍‌।

[embed]https://twitter.com/OdishaReporter/status/768772164942114816[/embed]

ସ୍ୱାଧୀନତାର ଏତେ ବର୍ଷ ପରେ ବି ଏକ ସରକାରୀ ଶିକ୍ଷାନୁଷ୍ଠାନରେ ରାତିର ବିଳମ୍ବିତ ପ୍ରହରରେ କିପରି ତନ୍ତ୍ରମନ୍ତ୍ର ପାଠ ଓ ପୂଜାର୍ଚ୍ଚନା କରାଯାଇଛି ତାହା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ସେବାଶ୍ରମରେ ଏକାଧିକ ଛାତ୍ରୀଙ୍କୁ ପ୍ରେତାତ୍ମା ସବାର ହେଉଥିଲା ତେଣୁ ଏହାର ପ୍ରତିକାର ପାଇଁ ଗାଁ ଲୋକଙ୍କ ପରାମର୍ଶରେ ଏପରି କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ପକ୍ଷୀ ବଳି ମଧ୍ୟ ଦିଆଯାଇଛି। ୫ ଦିନ ଧରି ଏଭଳି ପୂଜାର୍ଚ୍ଚନା କରାଯାଇଛି। କର୍ଲାକୋଟ ସେବାଶ୍ରମର ଛାତ୍ରୀ ଉମାଭାରତୀଙ୍କ ସମେତ ୭ ଜଣ ଛାତ୍ରୀ ଅସୁସ୍ଥ ହେବା ସହ ଅସ୍ୱାଭାବିକ ଆଚରଣ କରୁଥିଲେ। କାହିଁକି ଛାତ୍ରୀମାନେ ଏଭଳି କରୁଛନ୍ତି ତାହାର ନିରାକରଣ ପାଇଁ ଏ ବ୍ୟବସ୍ଥା କରାଯାଇଛି ବୋଲି ଖେଳ ଶିକ୍ଷକ ରଘୁନାଥ ହେମ୍ବ୍ରମ କହିଛନ୍ତି।

ଜୟପାଟଣା ବ୍ଲକ ଶିକ୍ଷା ଅଧିକାରୀ ଗୋଲାପ ସିଂହ କହିଛନ୍ତି,“କେଉଁ ପରିସ୍ଥିତିରେ ତନ୍ତ୍ରପାଠ ଏବଂ ଝଡାଫୁଙ୍କା ପରି ଅନ୍ଧବିଶ୍ୱାସର ଆଶ୍ରୟ ନିଆଯାଇଛି ତାହାର ତଦନ୍ତ ପାଇଁ ଏକ ୩ ଜଣିଆ ଟିମ୍‌ ଗଠନ କରାଯାଇଛି। ସେମାନେ ଆଜି ତଦନ୍ତ କରିଛନ୍ତି। ସେମାନଙ୍କ ରିପୋର୍ଟ ଆଧାରରେ ଶିକ୍ଷକ ଏବଂ ହଷ୍ଟେଲ ୱାଡନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା।”

Related story