ଭୁବନେଶ୍ୱର: ଜମି ହଡ଼ପକାରୀଙ୍କ ବେଆଇନ୍ କାର୍ଯ୍ୟକଳାପରେ ଲଗାମ ଲଗାଇବାକୁ ଓଡ଼ିଶା ଲ୍ୟାଣ୍ଡ ଗ୍ରାବିଂ ପ୍ରୋହିବିସନ୍ ବିଲ୍ ବା ଓଡ଼ିଶା ଭୂମି ହଡ଼ପ ନିବାରଣ ବିଧେୟକ ବିଧାନସଭାରେ ଆଗତ ହୋଇଛି। ଚଞ୍ଚକତା କରି ବା କୌଣସି ବେଆଇନ୍ ଉପାୟରେ ସରକାରୀ ଜମି ହଡ଼ପ କରିବା କିମ୍ୱା ହଡ଼ପ ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି, ଅନୁଷ୍ଠାନଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ରହିଛି। ଏହି ଆଇନ୍ ଅନୁଯାୟୀ, ଦୋଷୀକୁ ସର୍ବନିମ୍ନ ବର୍ଷେ ଓ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ୨୦ ହଜାର ଟଙ୍କ। ଜରିମାନା ବ୍ୟବସ୍ଥା ରହିଛି। ଏହି ଅପରାଧକୁ ଧର୍ତ୍ତବ୍ୟ ରୂପେ ବିବେଚନା କରାଯିବା ସହ ଜାମିନ୍ ଅଯୋଗ୍ୟ ହେବ। ଜମି ହଡ଼ପ ସମ୍ପର୍କିତ ମାମଲା ଗୁଡ଼ିକର ବିଚାର ପାଇଁ ସରକାର ସ୍ୱତନ୍ତ୍ର ନ୍ୟାୟାଳୟ ଗଠନ କରିପାରିବେ। ଏହି ନ୍ୟାୟାଳୟ ନିଜଆଡୁ ସ୍ୱତଃପ୍ରବୃତ୍ତ ଭାବେ କିମ୍ୱା ଅଭିଯୋଗ କ୍ରମେ ମାମଲା ଗ୍ରହଣ କରି ବିଚାର କରିପାରିବେ। ପୂର୍ବରୁ ଏ ସମ୍ପର୍କିତ ଏକ ଅଧ୍ୟାଦେଶ ଆସିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।