ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀକୁ ଶୀଘ୍ର ପୁରଣ ନେଇ ସମୀକ୍ଷା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, ରାଜସ୍ୱ, ବିଦ୍ୟାଳୟ ଓ ଗଣଶିକ୍ଷା ଓ କୃଷି ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦୁଇମାସ ମଧ୍ୟରେ ସଂପୃକ୍ତ ନିଯୁକ୍ତି କମିଶନକୁ ରିକ୍ୟୁଜିସନ ପଠାଇବାକୁ ସେ କହିଛନ୍ତି। ସମୀକ୍ଷାରୁ ଜଣାପଡ଼ିଛି, ଅର୍ଥ ବିଭାଗ ମୋଟ ୭୦ହଜାର ୩୯୬ଟି ମୂଳ ପଦବୀ […]

Naveen Patnaik

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 03:22 AM IST

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀକୁ ଶୀଘ୍ର ପୁରଣ ନେଇ ସମୀକ୍ଷା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, ରାଜସ୍ୱ, ବିଦ୍ୟାଳୟ ଓ ଗଣଶିକ୍ଷା ଓ କୃଷି ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦୁଇମାସ ମଧ୍ୟରେ ସଂପୃକ୍ତ ନିଯୁକ୍ତି କମିଶନକୁ ରିକ୍ୟୁଜିସନ ପଠାଇବାକୁ ସେ କହିଛନ୍ତି। ସମୀକ୍ଷାରୁ ଜଣାପଡ଼ିଛି, ଅର୍ଥ ବିଭାଗ ମୋଟ ୭୦ହଜାର ୩୯୬ଟି ମୂଳ ପଦବୀ ସମେତ ୭୩ ହଜାର ୮୧ଟି ପଦବୀ ପୂରଣ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ତନ୍ମମଧ୍ୟରୁ ୩୧ ହଜାର ୨୦୧ଟି ପଦବୀ ପୁରଣ କରାଯାଇଥିବା ବେଳେ ୨୦ହଜାର ୭୪୧ଟି ପଦବୀ ପୁରଣ ପାଇଁ ବିଭିନ୍ନ ନିଯୁକ୍ତି କମିଶନକୁ ଅନୁରୋଧ କରିଯାଇଛି। ଗତ ଏକ ମାସ ମଧ୍ୟରେ ସ୍ୱରାଷ୍ଟ୍ର, ତଫସିଲଭୁକ୍ତ ଜାତି ଉପଜାତି କଲ୍ୟାଣ, ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ସମୁଦାୟ ୧୬୩୨ଟି ପଦବୀ ପୂରଣ ହୋଇଛି। ସେହିପରି ଥଇଥାନ ସହାୟତାରେ ବିଭିନ୍ନ ବିଭାଗ ଜରିଆରେ ୨୪ଶହ ପଦବୀ ପୁରଣ ହୋଇଛି।

Related story