ବିଭିନ୍ନ ସ୍ଥାନରେ ରହିଛି ସାରଥୀଙ୍କର ଜମି ଓ ଘର

ଭୁବନେଶ୍ୱର: ଭକ୍ତଙ୍କ ଦାନ ଅର୍ଥରେ କୋଟି କୋଟି ଟଙ୍କ।ର ମାଲିକ ହୋଇଛନ୍ତି ସନ୍ତୋଷ ରାଉଳ ଓରଫ୍ ସାରଥି। ତାଙ୍କ ନାମରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରେ କୋଟିଏ ଟଙ୍କ।ରୁ ଅଧିକ ଜମା ରହିଛି। ବିଭିନ୍ନ ସ୍ଥାନରେ ତାଙ୍କ ନାଁରେ ରହିଛି ଜମି ଓ ଘର । ବର୍ତ୍ତମାନ ସୁଦ୍ଧା ସାରଥୀଙ୍କ ୧୦ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି କ୍ରାଇମବ୍ରାଞ୍ଚ । ଯାଞ୍ଚ ବେଳେ ସାରଥୀଙ୍କ ନାମରେ ପୁରୀ, ଭୁବନେଶ୍ୱର, କେନ୍ଦ୍ରାପଡା ଆଦି ସ୍ଥାନରେ ଜମି ଓ ଘର […]

baa3

baa3

Rakesh Mallick
  • Published: Monday, 10 August 2015
  • Updated: 10 August 2015, 03:57 PM IST

ଭୁବନେଶ୍ୱର: ଭକ୍ତଙ୍କ ଦାନ ଅର୍ଥରେ କୋଟି କୋଟି ଟଙ୍କ।ର ମାଲିକ ହୋଇଛନ୍ତି ସନ୍ତୋଷ ରାଉଳ ଓରଫ୍ ସାରଥି। ତାଙ୍କ ନାମରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରେ କୋଟିଏ ଟଙ୍କ।ରୁ ଅଧିକ ଜମା ରହିଛି। ବିଭିନ୍ନ ସ୍ଥାନରେ ତାଙ୍କ ନାଁରେ ରହିଛି ଜମି ଓ ଘର । ବର୍ତ୍ତମାନ ସୁଦ୍ଧା ସାରଥୀଙ୍କ ୧୦ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି କ୍ରାଇମବ୍ରାଞ୍ଚ । ଯାଞ୍ଚ ବେଳେ ସାରଥୀଙ୍କ ନାମରେ ପୁରୀ, ଭୁବନେଶ୍ୱର, କେନ୍ଦ୍ରାପଡା ଆଦି ସ୍ଥାନରେ ଜମି ଓ ଘର ରହିଥିବା ଜଣାପଡିଛି ।

କ୍ରାଇମବ୍ରାଞ୍ଚ ଟିମ ପକ୍ଷରୁ କେନ୍ଦ୍ରାପଡାର ବିଭିନ୍ନ ବ୍ୟାଙ୍କରେ ଯାଞ୍ଚ କରାଯାଇଛି । ସାରଥୀ ଓ ତାଙ୍କ ଟ୍ରଷ୍ଟର ଆକାଉଣ୍ଟରେ କେତେ ଟଙ୍କ। ଜମା ହୋଇଛି, କାହା ଆକାଉଣ୍ଟକୁ ଟଙ୍କ। ଯାଇଛି ତାର ଯାଞ୍ଚ କରୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ମିଳିଥିବା ତଥ୍ୟ ଅନୁସାରେ ସାରଥୀଙ୍କ ୧୦ ବ୍ୟାଙ୍କ ଆକାଉଣ୍ଟ ପାଇଛି କ୍ରାଇମବ୍ରାଞ୍ଚ। ଏହା ମଧ୍ୟରୁ ୪ ଆକାଉଣ୍ଟର ସବିଶେଷ ତଥ୍ୟ ମିଳିସାରିଛି। ସେଥିମଧ୍ୟରୁ ସାରଥୀଙ୍କ ଗୋଟିଏ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କ।ର ଜମା ଥିବା ଜଣାପଡିଛି। ଅନ୍ୟ ବ୍ୟାଙ୍କ ଆକାଉଣ୍ଟର ବି ଯାଞ୍ଚ କରାଯାଉଛି । ଏହାଛଡା ସାରଥିଙ୍କ ୪ଟି ଗାଡି ଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚର ଜେରା ବେଳେ ଜଣାପଡିଛି ତାଙ୍କ ନାଁରେ କେନ୍ଦ୍ରାପଡା ଓ ପୁରୀରେ ରହିଛି ୮ ଜମି। ବାରିମୂଳରେ ତାଙ୍କ ସହଯୋଗୀଙ୍କ ନାଁରେ ଥିବା ଘର ନେଇ ଖୋଲତାଡ କରୁଛି କ୍ରାଇମବ୍ରାଞ୍ଚ। ସେହିଭଳି ଭୁବନେଶ୍ୱରରେ ଥିବା ସାରଥୀଙ୍କ ଘର ଓ ଆପାର୍ଟମେଣ୍ଟରେ ବି କ୍ରାଇମବ୍ରାଞ୍ଚ ଟିମ ଚଢାଉ କରିଛି । ଭୁବନେଶ୍ୱର ଘର ପାଇଁ ସାରଥୀ ଚେକ ଆକାରରେ ୫୫ ଲକ୍ଷ ଏବଂ କ୍ୟାସରେ ୧ କୋଟି ଟଙ୍କ। ଦେଇଥିବା ଜଣାପଡିଛି। ସେହିଭଳି କେନ୍ଦ୍ରାପଡା ବାରିମୂଳ ଆଶ୍ରମରେ ବି କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ତନାଘନା ଚଳାଇଛି। ଆଶ୍ରମ ପରିସରରେ ଥିବା ଲଜରେ ରେଡ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍। ତହସିଲଦାର ଓ ଅମିନଙ୍କ ଉପସ୍ଥିତିରେ ଅଢେଇ ଏକର ଆଶ୍ରମର ମାପଚୁପ କରାଯିବା ସହ ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି।

ସେପଟେ ଜେରାରେ ସାରଥୀ କ୍ରାଇମବ୍ରାଞ୍ଚକୁ ସହଯୋଗ କରୁ ନ ଥିବା ସୂଚନା ମିଳିଛି। ଆସନ୍ତାକାଲି ସାରଥିଙ୍କ ରିମାଣ୍ଡ ଅବଧି ସରୁଥିବାରୁ ୧୨ ତାରିଖରେ କ୍ରାଇମବ୍ରାଞ୍ଚ ଆଉ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ। କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି ଆଜି ୨ଟି ଟିମ ପର୍ଯ୍ୟାୟ କ୍ରମେ ସାରଥୀଙ୍କୁ ଜେରା କରିଛନ୍ତି। ସେହିଭଳି କେନ୍ଦ୍ରାପଡାରେ ଗୋଟିଏ ଟିମ୍ ତଦନ୍ତ ଜାରି ରଖିଥିବା ବେଳେ ଭୁବନେଶ୍ୱରରେ ଗୋଟିଏ ଟିମ୍ ଚଢାଉ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos