ବିଚାରାଧୀନ କଏଦୀ ତୀର୍ଥ କୁମାରଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ମେନକା

ଭୁବନେଶ୍ୱର: ରାୟଗଡ଼ା ଜେଲରେ ଥିବା ବିଚାରାଧୀନ କଏଦୀ ତୀର୍ଥ କୁମାର ସାହୁଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଗତ ୬ ତାରିଖରୁ ଗିରଫ ହୋଇ ତୀର୍ଥ ରାୟଗଡ଼ା ଜେଲରେ ଅଛନ୍ତି। ଜେଲରେ ଅନ୍ୟ କଏଦୀ ତୀର୍ଥଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତୀର୍ଥଙ୍କ କ୍ଷେତ୍ରରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଅବହେଳା ପ୍ରଦର୍ଶନ କରିଛନ୍ତି। ଏପରି କି ତାଙ୍କ ଚିକିତ୍ସାରେ […]

rayagada-su-jail

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 05:26 AM IST

ଭୁବନେଶ୍ୱର: ରାୟଗଡ଼ା ଜେଲରେ ଥିବା ବିଚାରାଧୀନ କଏଦୀ ତୀର୍ଥ କୁମାର ସାହୁଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଗତ ୬ ତାରିଖରୁ ଗିରଫ ହୋଇ ତୀର୍ଥ ରାୟଗଡ଼ା ଜେଲରେ ଅଛନ୍ତି। ଜେଲରେ ଅନ୍ୟ କଏଦୀ ତୀର୍ଥଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତୀର୍ଥଙ୍କ କ୍ଷେତ୍ରରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଅବହେଳା ପ୍ରଦର୍ଶନ କରିଛନ୍ତି। ଏପରି କି ତାଙ୍କ ଚିକିତ୍ସାରେ ମଧ୍ୟ ଅବହେଳା କରାଯାଇଥିବା ମେନକା ଚିଠିରେ ଦର୍ଶାଇଛନ୍ତି।

ତୀର୍ଥ ଗୋ-ସୁରକ୍ଷା ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ୨୦୧୫ରେ ଗୋ-ଚାଲାଣ ପ୍ରସଙ୍ଗରେ ସାଧାରଣ ପ୍ରଶାସନ ତଥା ପୋଲିସର ଅବହେଳା ନେଇ ତୀର୍ଥ ହାଇକୋର୍ଟରେ ୧୮୦ଟି ମାମଲା ରୁଜୁ କରିଛନ୍ତି।

ଗତ ୮ ତାରିଖରେ ତୀର୍ଥ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ କିଛି ସରକାରୀ ଅଧିକାରୀଙ୍କ ବିରୋଧରେ ପ୍ରିଜନର ପିଟିସନ୍ ଦେଇ ଫେରୁଥିବା ବେଳେ ୪ ଜଣ କଏଦୀ ତାଙ୍କୁ ଅଟକାଇ ସେମାନଙ୍କ ବିରୋଧରେ କ’ଣ ଲେଖିକି ଦେଇଛୁ ବୋଲି ପଚାରି ଥିଲେ। ସେମାନଙ୍କ ନାଁରେ ନୁହେଁ, କିଛି ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିବା ତୀର୍ଥ ସେମାନଙ୍କୁ କହିଥିଲେ। ହେଲେ ଅଭିଯୁକ୍ତମାନେ କିଛି ନ ବୁଝି ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ।

Related story