ବିଧାନସଭାରେ ଗୃହ ଓ ଜିଏ ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ପାସ୍, ବିରୋଧୀଙ୍କ କକ୍ଷତ୍ୟାଗ

ଭୁବନେଶ୍ୱର: ଆଜି ବିଧାନସଭାରେ ଗୃହ ଓ ଜିଏ ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ପାସ୍ ହୋଇଛି। ଗୃହ ବିଭାଗ ଲାଗି ୧୩୧କୋଟି ୬୩ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ୍ଚଦାବି ପାସ ହୋଇଛି। ସେହିପରି ଜିଏ ବିଭାଗରେ ୩ କାଟି ୮୭ଲକ୍ଷ ଟଙ୍କା ପାସ ହୋଇଛି। ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ରହିଛି। ମାଓବାଦୀ କାର୍ଯ୍ୟକଳାପ ରାଜ୍ୟରୁ କମିଛି। ସେପଟେ ମାଓବାଦୀମାନଙ୍କ ଆତ୍ମସମର୍ପଣ ଆଗ ଅପେକ୍ଷା […]

navin

Rakesh Mallick
  • Published: Tuesday, 08 December 2015
  • , Updated: 08 December 2015, 03:24 PM IST

ଭୁବନେଶ୍ୱର: ଆଜି ବିଧାନସଭାରେ ଗୃହ ଓ ଜିଏ ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ପାସ୍ ହୋଇଛି। ଗୃହ ବିଭାଗ ଲାଗି ୧୩୧କୋଟି ୬୩ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ୍ଚଦାବି ପାସ ହୋଇଛି। ସେହିପରି ଜିଏ ବିଭାଗରେ ୩ କାଟି ୮୭ଲକ୍ଷ ଟଙ୍କା ପାସ ହୋଇଛି।

ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ରହିଛି। ମାଓବାଦୀ କାର୍ଯ୍ୟକଳାପ ରାଜ୍ୟରୁ କମିଛି। ସେପଟେ ମାଓବାଦୀମାନଙ୍କ ଆତ୍ମସମର୍ପଣ ଆଗ ଅପେକ୍ଷା ବଢିଛି। ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଦେଇ ନ ଥିବା ଅଭିଯୋଗ କରି ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରି ଚାଲିଯାଇଥିଲେ। ରେଳରୋକ ଓ ରାସ୍ତାରୋକକୁ ପ୍ରତିହିତ କରିବା ପାଇଁ ଷ୍ଟାଣ୍ଡାଡ ଅପରେଟିଂ ପ୍ରୋସିଡ୍ୟୋର (ଏସଓପି) ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story