ବିଧାନସଭାରେ ଶାସକ-ବିରୋଧୀ ଧସ୍ତାଧସ୍ତି, ଚତୁର୍ଥ ଦିନ ବି ବେକାର ଗଲା

ଭୁବନେଶ୍ୱର: ଶୁକ୍ରବାର ଥିଲା ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ। ତେବେ କିଛି ବି ପରିବର୍ତ୍ତନ ଦେଖାଯାଇ ନ ଥିଲା। ଗତ ଦୁଇ ଦିନ ଭଳି ଆଜି ବି ପ୍ରକାଶ ମିଶ୍ର ପ୍ରସଙ୍ଗରେ ଗୃହରେ ଲାଗି ରହିଥିଲା ହଟ୍ଟଗୋଳ। ଗୃହ କାର୍ଯ୍ୟ ଆରମ୍ଭରୁ ଶାସକ ଓ ବିରୋଧୀ ଦଳର ବିଧାୟକମାନଙ୍କ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି। ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୩ଟା ପରେ ଅପରାହ୍ନ ୫ଟା ୨୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ତେବେ ଅଚଳାବସ୍ଥା ଲାଗି ରହିବାରୁ […]

assembly1

assembly1

Rakesh Mallick
  • Published: Friday, 21 August 2015
  • Updated: 22 August 2015, 06:10 AM IST

Sports

Latest News

ଭୁବନେଶ୍ୱର: ଶୁକ୍ରବାର ଥିଲା ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ। ତେବେ କିଛି ବି ପରିବର୍ତ୍ତନ ଦେଖାଯାଇ ନ ଥିଲା। ଗତ ଦୁଇ ଦିନ ଭଳି ଆଜି ବି ପ୍ରକାଶ ମିଶ୍ର ପ୍ରସଙ୍ଗରେ ଗୃହରେ ଲାଗି ରହିଥିଲା ହଟ୍ଟଗୋଳ। ଗୃହ କାର୍ଯ୍ୟ ଆରମ୍ଭରୁ ଶାସକ ଓ ବିରୋଧୀ ଦଳର ବିଧାୟକମାନଙ୍କ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି। ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୩ଟା ପରେ ଅପରାହ୍ନ ୫ଟା ୨୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ତେବେ ଅଚଳାବସ୍ଥା ଲାଗି ରହିବାରୁ ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

assembly1ଦିନ ସାଢେ଼ ୧୦ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଗୃହକୁ ପ୍ରବେଶ କଲେ। ଚୁପ୍ ଚାପ୍ ବସିଥା'ନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଉପନେତା ଚିରଂଜୀବ ବିଶ୍ୱାଳ। ବାଚସ୍ପତି ଆସିବା ପରେ ସମସ୍ତେ ଛିଡ଼ା ହେଲେ। ପ୍ରକାଶ ମିଶ୍ର ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରି ବ୍ୟାନର ଧରି ସିଟରୁ ଉଠି ପଡିଲେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ସଦସ୍ୟ। ମାତ୍ର ଏପଟୁ ଶାସକ ବିଜେଡିର ୟୁଥ୍ ବ୍ରିଗେଡ୍ ମାଡି ଆସୁଥିବା ଦେଖି ଦି' ପାଦ ପଛେଇ ବି ଗଲେ। ହେଲେ ସେତେବେଳକୁ ବିରୋଧୀଙ୍କୁ ଘେରି ସାରିଥିଲେ ବିଜେଡି ବିଧାୟକ। ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ହାତରୁ ବ୍ୟାନର ଛଡାଇଲେ। ବଡ଼ସାହି ବିଧାୟକ ମଣ୍ଟୁ ପାତ୍ର କିଛି କଂଗ୍ରେସ ସଦସ୍ୟଙ୍କୁ ସେମାନଙ୍କ ଆସନ ପାଖକୁ ନେଇ ଛାଡୁ ଥିବା ଦେଖିବାକୁ ମିଳିଥିଲା।  ଏ ଘଟଣା ପରେ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବି ରଖାଗଲା ଆଉ ତା' ଭିତରେ ବଳି ପଡିଗଲା ଭଣ୍ଡବାବାଙ୍କ ଉପରେ ହେବାକୁ ଥିବା ମୁଲତବି ଆଲୋଚନା।

ମୁଲତବି ପରେ ଦିନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିବୃତି ରଖିଥିଲେ। ପ୍ରକାଶ ମିଶ୍ରଙ୍କ ପ୍ରସଙ୍ଗରେ ଗୃହରେ କାହିଁକି ଆଲୋଚନା କରାଯାଇ ନ ପାରିବ ସେ ନେଇ ଯୁକ୍ତି ଉପସ୍ଥାପନା କରିଥିଲେ। ସେହିପରି ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ କରିବାକୁ ମଧ୍ୟ କହିଥିଲେ। ଏଥି ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିଲେ। ପରେ ୫ଟା ୨୦ ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି। ଏହା ଭିତରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ବିରୋଧୀ ବୈଠକକୁ ଯାଇ ନ ଥିଲେ। ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କୋମନା ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଏଇ ସମୟରେ ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମକୁ ଯାଇ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ମାଇକ୍ ଭାଙ୍ଗି ଦେଇଥିଲେ। ପରେ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

ଏ ଅଚଳାବସ୍ଥା ଦୂର ନ ହେଲେ ମୌସୁମୀ ଅଧିବେଶନ ଧୋଇ ହୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story